ନୂଆଦିଲ୍ଲୀ: ପାକିସ୍ତାନର ଏକ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛି କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ । ଆଉ ଏହା ପରେ ହିଁ ଟ୍ବିଟରରେ ଟ୍ରେଣ୍ଡ କରୁଛି ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ । ବିଶ୍ବର ବିଭିନ୍ନ କୋଣ ଅନୁକୋଣର ଟ୍ବିଟର ୟୁଜର ହାଫିଜକୁ ଖୋଜୁଛନ୍ତି । ଦୋଷୀ ସାବ୍ୟସ୍ତ ହେବାର ମାତ୍ର କିଛି ସମୟ ଭିତରେ 43 ଶହରୁ ଉର୍ଦ୍ଧ୍ବ ଲୋକ ଏନେଇ ଟ୍ବିଟ କରିଛନ୍ତି ।
ଦୋଷୀ ହାଫିଜକୁ ଖୋଜୁଛି ଟ୍ବିଟର !
ପାକିସ୍ତାନର ଏକ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛି କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ । ଆଉ ଏହା ପରେ ହିଁ ଟ୍ବିଟରରେ ଟ୍ରେଣ୍ଡ କରୁଛି ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ।
ଏପଟେ ଭାରତର ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ, ସେପଟେ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସୟିଦ । ଜମ୍ମୁ-କାଶ୍ମୀର ସୋପିଆନ ଗସ୍ତରେ ଥିବା ଡୋଭାଲ ଏବେ ସଭିଙ୍କ ଫୋକସରେ । ଟ୍ବିଟରରେ ଟ୍ରେଣ୍ଡ କରୁଛନ୍ତି ଡୋଭାଲ । 25 ହଜାରରୁ ଉର୍ଦ୍ଧ୍ବ ଟ୍ବିଟ କଲେଣି ୟୁଜର୍ସ । ଆଉ ସେପଟେ ଆତଙ୍କବାଦୀ ସଂଗଠନ ଓ ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ବୁଧବାର ପାକିସ୍ତାନର ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛି ହାଫିଜ । ଏହି ଖବର ଜଣାପଡିବା ପରେ ଟ୍ବିଟରରେ ଟ୍ରେଣ୍ଡ କରୁଛି ହାଫିଜ ।
କହି ରଖୁଛୁ, ବୁଧବାର ହାଫିଜକୁ ଦୋଷୀ ସାବ୍ୟସ୍ତ କରିବା ସହ ତା ସହ ଜଡିତ ମାମଲାକୁ ଲାହୋର, ପାକିସ୍ତାନରୁ ଗୁଜରାଟରେ ସ୍ଥାନାନ୍ତରିତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପାକିସ୍ତାନୀ ଗଣମାଧ୍ୟମରୁ ଜାଣିବାକୁ ମିଳିଛି । ହାଫିଜ ସୟିଦକୁ ଗତ ଜୁଲାଇ 17 ତାରିଖରେ ଗିରଫ କରାଯାଇଥିଲା । ପାକିସ୍ତାନର କାଉଣ୍ଟର ଟେରୋରିଜିମ ଡିପାର୍ଟମେଣ୍ଟ ତାକୁ ମନି ଲଣ୍ଡ୍ରିଂ ଏବଂ ଟେରର ଫଣ୍ଡିଂ ମାମଲାରେ ଗିରଫ କରିଥିଲା ।