ଓଡିଶା

odisha

ETV Bharat / international

ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ହାଫିଜ ସଇଦ ବିରୋଧରେ ମାମଲା ରୁଜୁ

ଆତଙ୍କବାଦୀ ସଂଗଠନ ଜମାତ-ଉଦ-ଦାବାର ମୁଖିଆ ହାଫିଜ ସଇଦ ସମେତ ଅନ୍ୟାନ୍ୟ ଆତଙ୍କୀ ସଂଗଠନ ବିରୋଧରେ ମାମଲା ରୁଜୁ କରିଛି ପାକିସ୍ତାନ ସରକାର। ବେସରକାରୀ ସଂସ୍ଥା ଦ୍ବାରା କରୁଥିଲା ପାଣ୍ଠି ସଂଗ୍ରହ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Jul 4, 2019, 6:21 AM IST

ଇସଲାମାବାଦ: ନରମିଗଲା କି ଶତ୍ରୃ ରାଷ୍ଟ୍ର ସ୍ବର ? ଆତଙ୍କବାଦୀଙ୍କୁ ଡରିଗଲା କି ପାକିସ୍ତାନ ? ଆତଙ୍କୀଙ୍କୁ ଆଶ୍ରୟ ଦେଉଥିବା ଦେଶ ଏବେ ନିଜକୁ ଅସୁରକ୍ଷିତ ମନେ କରୁଛି । ପାକିସ୍ତାନ ସରକାର ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛି । ଆତଙ୍କବାଦୀ ସଂଗଠନ ଜମାତ-ଉଦ-ଦାବାର ମୁଖିଆ ହାଫିଜ ସଇଦ ସମେତ ଅନ୍ୟାନ୍ୟ ଆତଙ୍କୀ ସଂଗଠନ ବିରୋଧରେ ମାମଲା ରୁଜୁ କରିଛି ପାକିସ୍ତାନ ସରକାର।

ସୂଚନା ଅନୁସାରେ ପାକିସ୍ତାନ ସରକାର ଟେରର ଫଣ୍ଡିଙ୍ଗ ସହ ଯୋଡିତ ଏହି ମାମଲାକୁ ଲାହୋର, ଗୁଜରୱାଲା ଏବଂ ମୁଲତାନରେ ରୁଜୁ କରିଛନ୍ତି । ଖବର ଅନୁଯାୟୀ ଅନ-ଅନଫାଲ ଟ୍ରଷ୍ଟ, ଦାବତ ଉଲ ଇରସାଦ ଟ୍ରଷ୍ଟ ସମେତ ଅନ୍ୟାନ୍ୟ ସଂଗଠନ ନାଁରେ ଆତଙ୍କବାଦୀର ବିତ୍ତପୋଷଣ ପାଇଁ ପାଣ୍ଠି ସଂଗ୍ରହ କରୁଥିଲା ହାଫିଜ । ବେସରକାର ସଂସ୍ଥା ଦ୍ବାରା ହାଫିଜ ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ସଂଗ୍ରହ କରୁଥିଲା । ତେଣୁ ଉକ୍ତ ଘଟଣାକୁ ନେଇ ହାଫିଜ ବିରୋଧରେ ପାକିସ୍ତାନ ସରକାର ଏକ ମାମଲା ରୁଜୁ କରିଛି ।

ABOUT THE AUTHOR

...view details