ଇସଲାମାବାଦ: କୋରୋନା ବିପଦରେ ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି ପାକିସ୍ତାନ । ଅନ୍ୟପଟେ ପାକିସ୍ତାନ ଆର୍ଥିକ ସଙ୍କଟରେ ଦେଇ ମଧ୍ୟ ଗତି କରୁଛି । ଏପରିସ୍ଥଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଦେଶର ଲୋକଙ୍କୁ ନିବେଦନ କରିଛନ୍ତି ଯେ କୋରୋନା ମହାମାରୀ ବିରୋଧରେ ଲଢିବା ପାଇଁ ସୃଷ୍ଟି ହୋଇଥିବା ପାଣ୍ଠିକୁ ମୁକ୍ତ ହସ୍ତରେ ଦାନ କରନ୍ତୁ । ସେ କହିଛନ୍ତି ଯେ ସରକାର ଏଥିରେ ପଛରେ ରହିବେ ନାହିଁ, ଜନସାଧାରଣଙ୍କ ଦ୍ବାରା ଦିଆଯାଇଥିବା ପ୍ରତ୍ୟେକ ଟଙ୍କା ପାଇଁ ସରକାର ଚାରି ଟଙ୍କା ଯୋଗଦାନ ଦେବେ |
ଇମ୍ରାନ ତାଙ୍କର କିଛି ମନ୍ତ୍ରୀଙ୍କ ସହ ଗୁରୁବାର ଦିନ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି ଯେ,ଏହି ମହାମାରୀ ପରିସ୍ଥିତି ହଟିଲା ପରେ ସରକାର ପ୍ରତି ଏକ ଟଙ୍କା ବଦଳରେ 4ଟଙ୍କା ପ୍ରଦାନ କରିବେ ।