ଓଡିଶା

odisha

ETV Bharat / international

ବିଶ୍ବବ୍ୟାପୀ 24 ଘଣ୍ଟାରେ 276000 ମାମଲା ଚିହ୍ନଟ, 6900 ମୃତ୍ୟୁ

ବିଶ୍ବବ୍ୟାପୀ 24 ଘଣ୍ଟା ମଧ୍ୟରେ 276,000 ମାମଲା ଚିହ୍ନଟ ହୋଇଥିବା ବେଳେ ସମାନ ସମୟରେ 6,900 ଲୋକଙ୍କ ମୃତ୍ୟୁ ହୋଇଛି। ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସୂଚନା ଦେଇଛି।

By

Published : Aug 14, 2020, 9:40 AM IST

ବିଶ୍ବବ୍ୟାପୀ 24 ଘଣ୍ଟାରେ 276,000 ମାମଲା ଚିହ୍ନଟ, 6,900 ମୃତ୍ୟୁ
ବିଶ୍ବବ୍ୟାପୀ 24 ଘଣ୍ଟାରେ 276,000 ମାମଲା ଚିହ୍ନଟ, 6,900 ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ବରେ ମାଡି ଚାଲିଛି କୋରୋନା ଚେର। ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେଉଥିବା ବେଳେ ସଂକ୍ରମଣ ମାମଲାରେ ବ୍ରେକ ଲାଗୁନି। ବିଶ୍ବବ୍ୟାପୀ 24 ଘଣ୍ଟା ମଧ୍ୟରେ 276,000 ମାମଲା ଚିହ୍ନଟ ହୋଇଥିବା ବେଳେ ସମାନ ସମୟରେ 6,900 ଲୋକଙ୍କ ମୃତ୍ୟୁ ହୋଇଛି। ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସୂଚନା ଦେଇଛି।

ତେବେ ବର୍ତ୍ତମାନ ବିଶ୍ବରେ ୨ କୋଟି ୧୦ ଲକ୍ଷ ୬୯ ହଜାର ୫୬୮ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୭ ଲକ୍ଷ ୫୨ ହଜାର ୭୨୯ ଜଣଙ୍କର ମୃତ୍ୟୁ ହୋଇଛି । କୋଟିଏ ୩୯ ଲକ୍ଷ ୫୫୭୮୬୩ ଜଣ ସୁସ୍ଥ ହୋଇଥିବା ବେଳେ ୬୪ ଲକ୍ଷ ୧୫ ହଜାର ୮୧୮ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୪ ହଜାର ୬୪୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକା, ବ୍ରାଜିଲ୍‌ ଓ ମେକ୍ସିକୋ ପରେ ଭାରତ ମୃତ୍ୟୁସଂଖ୍ୟାରେ ବିଶ୍ବରେ ଚତୁର୍ଥ ସ୍ଥାନରେ ରହିଛି। ଏପଟେ ଆମେରିକାରେ ୫୪ ଲକ୍ଷ ୧୪ ହଜାର ୭୪୭ ଜଣ କୋରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୭୦ ହଜାର ୩୮୧ ଜଣଙ୍କର ମୃତ୍ୟୁ ହୋଇଛି ।

ର୍ତ୍ତମାନ ବ୍ରାଜିଲରେ ୩୨ ଲକ୍ଷ ୨୯ ହଜାର ୬୨୧ ସଂକ୍ରମିତ, ୧ ଲକ୍ଷ ୫ ହଜାର ୫୬୪ ମୃତ ରହିଛନ୍ତି। ସେହିପରି ରଷରେ ୯ ଲକ୍ଷ ୭ ହଜାର ୭୫୮ ସଂକ୍ରମିତ ଚିହ୍ନଟ କରିଥିହା ବେଳେ ୧୫ ହଜାର ୩୮୪ ମୃତ୍ୟୁ ହୋଇଛି। ମାର୍ଚ୍ଚ 11 ତାରିଖରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କୋରୋନାକୁ ମହାମାରୀ ଭାବେ ଘୋଷଣା କରିଥିଲା।

ABOUT THE AUTHOR

...view details