ଓଡିଶା

odisha

ETV Bharat / international

ଢାକାରେ ବିସ୍ଫୋରଣ, 7 ମୃତ

ଢାକାରେ ବିସ୍ଫୋରଣ । ଗଲା 7 ଜୀବନ, ଏକାଧିକ ଆହତ । ଯାନବାହନ ଏବଂ ନିକଟସ୍ଥ ଅଟ୍ଟାଳିକା କ୍ଷତିଗ୍ରସ୍ତ । ଅଧିକ ପଢନ୍ତୁ...

Explosion in Bangladesh capital Dhaka
ଢାକାରେ ବିସ୍ଫୋରଣ; 7 ମୃତ

By

Published : Jun 28, 2021, 1:12 PM IST

ଢାକା:ବାଂଲାଦେଶର ରାଜଧାନୀ ଢାକାରେ ବଡଧରଣର ବିସ୍ଫୋରଣ । ଏଥିରେ 7 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣରେ ଯାନବାହନ ଏବଂ ନିକଟସ୍ଥ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି ।

କିନ୍ତୁ ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ପୋଲିସ ଏବଂ ଅଗ୍ନିଶମ ବିଭାଗ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅଗ୍ନିଶମ ବାହିନୀର ଅଧିକାରୀ ଫେସଲୁର ରେହେମାନ କହିଛନ୍ତି ଯେ, ଢାକାର ମୋଗ ବଜାର ଅଞ୍ଚଳରେ ଥିବା ଏକ କୋଠାରେ ଏହି ବିସ୍ଫୋରଣ ଘଟିଛି। ଘଟଣା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

ପୋଲିସର ଡେପୁଟି କମିଶନର ସଜିଦ ହୁସେନ୍ କହିଛନ୍ତି, "ଏହା ନିଶ୍ଚିତ ଭାବେ ଏକ ବଡ ବିସ୍ଫୋରଣ। ଢାକା ମହାନଗର ନିଗମର ଅଗ୍ନିଶମ ବାହିନୀର ବୋମା ନିଷ୍ଟ୍ରିୟକାରୀ ଦଳ ଓ ପୋଲିସ ପହଞ୍ଚି ଥିଲେ । ପରେ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ । ବିସ୍ଫୋରଣର କାରଣ ଏବଂ ଏହା ଦ୍ବାରା ହୋଇଥିବା କ୍ଷୟକ୍ଷତି ଆକଳନ କରାଯାଉଛି ।

। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ବିସ୍ଫୋରଣ ପରେ ରାସ୍ତାରେ ଗ୍ଲାସ ଏବଂ କଂକ୍ରିଟ ବର୍ଜ୍ୟବସ୍ତୁ ପଡିଥିବା ଦେଖିବାକୁ ମିଳିଥିଲା । ଯେଉଁଠାରେ ବିସ୍ଫୋରଣ ଘଟିଥିଲା ​​ସେହି ବିଲ୍ଡିଂ ବାହାରେ ପାର୍କିଂ ହୋଇଥିବା ଦୁଇଟି ଯାତ୍ରୀବାହୀ ଚୁନମାର ହୋଇଯାଇଛି ।

ଏକ ଗଣମାଧ୍ୟମରୁ ପ୍ରକାଶିକ ଖବରରୁ ଜଣାପଡିଛି ଯେ, ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଥିମଧ୍ୟରୁ 10 ଜଣଙ୍କ ଅବସ୍ଥା ଗୁରୁତର ଥିଲା। ବିଲ୍ଡ ନିକଟରେ ଥିବା ଏକ ଫାଷ୍ଟପୁଡ ଦୋକାନରେ ବ୍ୟବହୃତ ଏକ ଗ୍ୟାସ୍ ସିଲିଣ୍ଡରରୁ ବିସ୍ଫୋରଣ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details