ଓଡିଶା

odisha

ETV Bharat / international

ସିରିଆରେ ବିଦ୍ରୋହୀଙ୍କ ହିଂସାକାଣ୍ଡ: 36ରୁ ଉର୍ଦ୍ଧ୍ବ ନିହତ

ସିରିଆର ଉତ୍ତର-ପଶ୍ଚିମାଞ୍ଚଳରେ ମଙ୍ଗଳବାର ଋଷ ଦ୍ବାରା ଆକ୍ରମଣର ଗୋଟିଏ ଦିନ ପରେ ବିଦ୍ରୋହୀମାନେ ସିରିଆ ସରକାରଙ୍କ ସମର୍ଥିତଙ୍କ ଉପରକୁ କାଉଣ୍ଟର ଆଟାକ କରିଛନ୍ତି । ଉତ୍ତର-ପଶ୍ଚିମାଞ୍ଚଳ ସହର ହୁମା ରାଜ୍ୟରେ ହୋଇଥିବା ଏହି ଆକ୍ରମଣରେ ପାଖାପାଖି 36 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

By

Published : May 22, 2019, 8:40 AM IST

ଫାଇଲ ଫଟୋ

ହମା: ପ୍ରତିଶୋଧ ନେବା ପାଇଁ ସିରିଆରେ ବିଦ୍ରୋହୀଙ୍କ ଆକ୍ରମଣ । ସିରିଆର ଉତ୍ତର-ପଶ୍ଚିମାଞ୍ଚଳରେ ମଙ୍ଗଳବାର ଋଷ ଦ୍ବାରା ଆକ୍ରମଣର ଗୋଟିଏ ଦିନ ପରେ ବିଦ୍ରୋହୀମାନେ ସିରିଆ ସରକାରଙ୍କ ସମର୍ଥିତଙ୍କ ଉପରକୁ କାଉଣ୍ଟର ଆଟାକ କରିଛନ୍ତି । ଉତ୍ତର-ପଶ୍ଚିମାଞ୍ଚଳ ସହର ହୁମା ରାଜ୍ୟରେ ହୋଇଥିବା ଏହି ଆକ୍ରମଣରେ ପାଖାପାଖି 36 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।


ଏହି ଆକ୍ରମଣରେ ସିରିଆ ସରକାରଙ୍କ ସମର୍ଥିତ 26ଜଣ ଓ 18 ବିଦ୍ରୋହୀ ନିହତ ହୋଇଛନ୍ତି । ଏହାସହ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ୟୁକେରୁ ପରିଚାଳିତ ସିରିଆସ୍ଥିତ ହ୍ୟୁମାନ ରାଇଟ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ସିରିଆ ଷ୍ଟେଟ ଏଜେନ୍ସି 'ସାନା' କହିଛି ଯେ ଏକ ଆତଙ୍କବାଦୀ ଦଳ ଆଲେପୋ ସହରକୁ ମିସାଇଲ ଆକ୍ରମଣ କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ବର୍ଷ 2018 ରେ ଋଷ ଏବଂ ତୁର୍କି ଦ୍ବାରା ସିରିଆ ଉପରେ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ଗତ ଏପ୍ରିଲ ପରଠାରୁ ଏପର୍ଯ୍ୟନ୍ତ 167 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି । 2011 ପର ଠାରୁ ସିରିଆ ଯୁଦ୍ଧରେ ପାଖାପାଖି 3,70,000 ଲୋକଙ୍କର ପ୍ରାଣହାନୀ ହୋଇଥିବା ସୂଚନା ରହିଛି ।

For All Latest Updates

ABOUT THE AUTHOR

...view details