ବେଜିଂ: ଚୀନର ସାଙ୍ଘାଇ ସହରର ଲୋକଙ୍କ ପାଇଁ ଡିଜନି ଲ୍ୟାଣ୍ଡ ପାର୍କ ଖୋଲାଯିବ । ଦେଶରେ କୋରୋନା ଭାଇରସ ହ୍ରାସ ହେବା ପରେ ଏହାକୁ ଧୀରେ ଧୀରେ ସର୍ବସାଧାରଣ ସ୍ଥାନ ଖୋଲାଯାଉଥିବା ଦେଖିବାକୁ ମିଳିଛି । ଲୋକ ମହାମାରୀରୁ ମୁକ୍ତ ହେବାପରେ ବର୍ତ୍ତମାନ ସେମାନେ ମନୋରଞ୍ଜନ କରିବାର ସୁଯୋଗ ପାଇଛନ୍ତି । ସାଙ୍ଘାଇ ଡିଜନି ଲ୍ୟାଣ୍ଡ ଖୋଲିବାକୁ ନେଇ ଲୋକମାନେ ବହୁତ ଖୁସି ଅଛନ୍ତି ।
ସାଙ୍ଘାଇରେ ସୋମବାର ଖୋଲିବ ଡିଜନି ଲ୍ୟାଣ୍ଡ, 3 ମିନିଟରେ ଟିକେଟ ଶେଷ - Disney land Park
ଚୀନରେ ଧୀରେ ଧୀରେ ମନୋରଞ୍ଜନ ସ୍ଥାନ ଗୁଡିକ ଖୋଲୁଛି । ସୋମବାର ସାଙ୍ଘାଇରେ ଡିଜନି ଲ୍ୟାଣ୍ଡ ପୁଣି ଖୋଲିବାକୁ ଯାଉଛି । ଅଧିକ ପଢନ୍ତୁ...
ଚୀନରେ ଧୀରେ ଧୀରେ ମନୋରଞ୍ଜନ ସ୍ଥାନ ଗୁଡିକ ଖୋଲୁଛି । ସୋମବାର ସାଙ୍ଘାଇରେ ଡିଜନି ଲ୍ୟାଣ୍ଡ ପୁଣି ଖୋଲିବାକୁ ଯାଉଛି । ଏହି ସୂଚନା ଦେଇ ଡିଜନି ପାର୍କ ପକ୍ଷରୁ କୁହାଯାଇଛି ଯେ, ଏହା ସୀମିତ କ୍ଷମତା ସହିତ ଖୋଲା ଯାଉଛି । ସଂକ୍ରମଣକୁ ରୋକିବା ପାଇଁ ପ୍ରତିରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶନାମା ସହିତ ଏହାକୁ ଖୋଲିବାକୁ ଅନୁମତି ଦିଆଯାଇଛି । କୋରୋନା ବିସ୍ତାର ହେତୁ ଜାନୁୟାରୀ 25ରୁ ସାଂଘାଇର ଏହି ଡିଜନି ଲ୍ୟାଣ୍ଡ ପାର୍କ ବନ୍ଦ ରହିଥିଲା । ଲକଡାଉନ ଯୋଗୁଁ, ଘରେ ବନ୍ଦୀ ପରି ଜୀବନ ବିତଉଥିବା ଲୋକମାନେ ଯେତବେଳେ ଏହି ଖବର ପାଇଥିଲେ ସେତେବେଳେ ସେମାନେ ବହୁତ ଖୁସି ହୋଇଥିଲେ । ପ୍ରଥମ ଦିନ ପାଇଁ ସମସ୍ତ ଟିକେଟ 3 ମିନିଟ ମଧ୍ୟରେ ବୁକ କରାଯାଇଥିଲା ।
କିଛି ସର୍ତ୍ତ ଏବଂ ନିୟମ ସହିତ ଡିଜନି ଲ୍ୟାଣ୍ଡ ପାର୍କ ଖୋଲିବାକୁ ପ୍ରଶାସନ ଅନୁମତି ଦେଇଛି। ଯାହା ଅଧୀନରେ ଏହାର କ୍ଷମତା 80 ହଜାର ପରିବର୍ତ୍ତେ 24 ହଜାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି । ଲୋକମାନେ ପ୍ୟାରେଡ୍ ଏବଂ କାର୍ଟୁନ କଳାକାରମାନଙ୍କୁ ଭେଟି ପାରିବେ ନାହିଁ । ସାମାଜିକ ଦୂରତା ସହ ସେମାନଙ୍କୁ ଏକ ମାସ୍କ ସହିତ ଆସିବାକୁ ଅନୁମତି ଦିଆଯିବ । ଏହା ବ୍ୟତୀତ ଆଡଭାନ୍ସରେ ଟିକେଟ୍ ବୁକ୍ କରିବାକୁ ପଡିବ। ପ୍ରବେଶ ସମୟରେ ଲୋକଙ୍କ ଶରୀରର ତାପମାତ୍ରା ଜାଣିବା ପାଇଁ ସ୍କ୍ରିନିଂ କରାଯିବ ।