ଇସଲାମାବାଦ: ପଡୋଶୀ ଦେଶରେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ଗତ 24 ଘଣ୍ଟାରେ 806 ନୂଆ ମାମଲା ସାମ୍ନାକୁ ଆସିଛି । ସ୍ବାସ୍ଥ୍ୟମନ୍ତ୍ରଣାଳୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଦେଶରେ 14 ହଜାର 885 ଜଣ ସଂକ୍ରମିତ ହୋଇଛନ୍ତି । ଏହା ସହ 24 ଘଣ୍ଚା ମଧ୍ୟରେ 26ଜଣଙ୍କ ମୃତ୍ୟୁ ପରେ ଦେଶରେ କୋରୋନା ଜନିତ ମୃତକଙ୍କ ସଂଖ୍ୟା 327 ରେ ଛୁଇଁଛି ।
ପାକିସ୍ତାନରେ କାୟା ବିସ୍ତାରୁଛି କୋରୋନା, ସଂକ୍ରମିତଙ୍କ ସଂଖ୍ୟା 14 ହଜାର ପାର
ପଡୋଶୀ ଦେଶ ପାକିସ୍ତାନରେ କୋରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଗତ 24 ଘଣ୍ଟାରେ 24 ଜଣଙ୍କ ମୃତ୍ୟୁ ସହ 806 ନୂଆ କୋରୋନା ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ...
ପାକିସ୍ତାନରେ କାୟା ମେଲାଉଛି କୋରୋନା
ଏକ ରିପୋର୍ଟ ମୁତାବକ, 11 ହଜାର 133 ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯେଉଁଥିରୁ 111 ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନ ରହିଛି । ଏଥିମଧ୍ୟରୁ 3 ହଜାର 425 ଜଣ ସୁସ୍ଥ ହୋଇଛନ୍ତି ।
ପଞ୍ଜାବରେ 5 ହଜାର 827 କୋରୋନା ଚିହ୍ନଟ ହେବା ସହ ସିନ୍ଧରେ 5291 , ବାଲୁଚିସ୍ତାନରେ 915 ରେ ରହିଛି । ସୂଚନାଯୋଗ୍ୟ, ପାକିସ୍ତାନ ଏଯାବତ 1 ଲକ୍ଷ 65 ହଜାର 911 ଜଣଙ୍କ ଠାରେ କୋରୋନା ଟେଷ୍ଟିଂ କରିସାରିଛି ।