ଓଡିଶା

odisha

ETV Bharat / international

କୋରୋନା ଭାଇରସ ଭୟରେ ବିଶ୍ବ: ଜାଣନ୍ତୁ କାରଣ ଓ କିପରି ରହିବେ ସତର୍କ... - କୋରୋନାଭାଇରସ

ଆସନ୍ତୁ ଜାଣିବା କଣ ଏହି କୋରୋନା ଭାଇରସ ? ସଂକ୍ରମିତ ଭୂତାଣୁର ଲକ୍ଷଣ କଣ ? ଆଉ କେଉଁ ସତର୍କତା ଅବଲମ୍ବନ ଏହି ଭାଇରସର ମୁକାବିଲା କରିହେବ  ? କୋରୋନା କବଳରୁ କେଉଁ ଉପାୟ ଅବଲମ୍ବନ କଲେ ଆପଣ ସଂକ୍ରମଣରୁ ବର୍ତ୍ତି ପାରବେ । ଅଧିକ ପଢନ୍ତୁ....

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jan 27, 2020, 10:48 AM IST

Updated : Jan 27, 2020, 12:09 PM IST

ନୂଆଦିଲ୍ଲୀ: ଜୀବନନାଶକ ଅତି ବିପଜ୍ଜନକ କୋରୋନାଭାଇରସ୍‌ ଏବେ ସାରା ବିଶ୍ବରେ ନିଜ ଭୟାନକ ରୂପ ଦେଖାଇବାରେ ଲାଗିଛି । ଚୀନରୁ ଆରମ୍ଭ ହୋଇ ଅନେକ ରାଷ୍ଟ୍ରରେ କାୟା ବିସ୍ତାର କରିବାରେ ଲାଗିଲାଣି ଏହି ବିକଟ ଭାଇରସ । ଏହି ଭାଇରସ ଯୋଗୁଁ ଚୀନରେ ୮୦ ଜଣ ପ୍ରାଣ ହରାଇଥିବା ଓ 3000ରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଥିବା ସୂଚନା ରହିଛି। ତେବେ ଆସନ୍ତୁ ଜାଣିବା କଣ ଏହି କୋରୋନା ଭାଇରସ ? ସଂକ୍ରମିତ ଭୂତାଣୁର ଲକ୍ଷଣ କଣ ? ଆଉ କେଉଁ ସତର୍କତା ଅବଲମ୍ବନ ଏହି ଭାଇରସର ମୁକାବିଲା କରିହେବ ? କୋରୋନା କବଳରୁ କେଉଁ ଉପାୟ ଅବଲମ୍ବନ କଲେ ଆପଣ ସଂକ୍ରମଣରୁ ବର୍ତ୍ତି ପାରବେ ।

ଡିଜାଇନ ଫଟୋ


କୋରୋନା ଭାଇରସ କଣ...

ଏହି କୋରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବା ପରେ ଏହାକୁ ନେଇ ଅନେକ ବିଭ୍ରାନ୍ତିକର ଖବର ସାମ୍ନାକୁ ଆସୁଛି । କୋରୋନା ଭାଇରସ ସମ୍ପର୍କରେ ଅଧିକ ସୂଚନା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଜାରି କରାଯାଇଛି। ୟୁହାନ ସିଫୁଡ ମାର୍କେଟରୁ ଏହି ଭୂତାଣୁ ଆସିଥିବା କୁହାଯାଇଛି । କୋରୋନା ଭାଇରସ ଲୋକ ଜଲଦି ରୋଗଗ୍ରସ୍ତ ହେବାର କାରଣ ଏହାର ବୀଜାଣୁ ସମୂହ ଶରୀରକୁ ସିଧା ଟାର୍ଗେଟ କରିଥାଏ। ଏହି ଭାଇରସ ଓଟ, ବିଲେଇ, ବାଦୁଡିଙ୍କ ଭଳି ଅନେକ ପଶୁଙ୍କ ଶରୀରରେ ପ୍ରବେଶ କରି ବ୍ୟାପିବାରେ ଲାଗୁଛି। ଏହାସହ ଏହି ଭାଇରସ ଦୁଇ ଅତି ନିକଟତର ସମ୍ପର୍କରେ ରହୁଥିବା ବ୍ୟକ୍ତିଙ୍କୁ ଅତି ସହଜରେ ବ୍ୟାପିଥାଏ ବୋଲି ମଧ୍ୟ ସୂଚନା ଦିଆଯାଇଛି।

ଡିଜାଇନ ଫଟୋ

କୋରୋନା ଭାଇରସ ପଶୁଙ୍କ ଠାରୁ ବ୍ୟାପିଥାଏ । ଓଟ, ବିରାଡି, ବାଦୁଡି, ଘୁଷୁରି, ସାପ ସମେତ ଅନ୍ୟ କିଛି ପଶୁପକ୍ଷୀମାନଙ୍କ ଠାରୁ ଏହି ଭୂତାଣୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥାଏ । ତେବେ ସବୁଠାରୁ ବଡ କଥା ହେଉଛି ଏହି ଭାଇରସ ବ୍ୟାପିବା ପଛରେ ସି-ଫୁଡ୍ ମଧ୍ୟ ଅନ୍ୟତମ ପ୍ରମୁଖ କାରଣ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପ୍ରକାଶ କରିଛି ।


ଲକ୍ଷଣ...

କୋରୋନା ଭାଇରସର ପ୍ରାରମ୍ଭିକ ଲକ୍ଷଣ ଥଣ୍ଡା, କାଶ, ଗଳାରେ ପୀଡା, ନିଶ୍ବାସ, ପ୍ରଶ୍ବାସରେ କଷ୍ଟ ଅନୁଭବ ଓ ଜ୍ବର ଆରମ୍ଭ ହୋଇଥାଏ । ପରେ ଏହା ନିମୋନିଆ ଓ କିଡନୀକୁ କ୍ଷତି ପହଞ୍ଚାଇଥାଏ ।

ଡିଜାଇନ ଫଟୋ

କୋରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବା ଉପାୟ...

ଏହି ଭାଇରସ ଯେଉଁଠାରୁ ବ୍ୟାପିବା ଆରମ୍ଭ କରୁଛି ସେହି ସ୍ଥାନକୁ ଯାଆନ୍ତୁ ନାହିଁ । ଯଦି ଆପଣ ଏହି ଭଳି ସ୍ଥାନର ଆଖ ପାଖରେ ରହିଛନ୍ତି , ତେବେ ଏହି ଭାଇରସରପ ବର୍ତ୍ତିବା ପାଇଁ ନିମ୍ନ ଲିଖିତ ପ୍ରତିକାର ଗ୍ରହଣ କରନ୍ତୁ ।

  • ନିଜ ହାତକୁ ଭଲ ଭାବରେ ସାବୁନରେ ଧୁଅନ୍ତୁ । ହ୍ୟାଣ୍ଡ ୱାସର ମଧ୍ୟ ବ୍ୟବହାର କରି ପାରନ୍ତି ।
  • ହାତ ଓ ମୁହଁକୁ ଭଲ ଭାବରେ ଘୋଡାଇ ରଖନ୍ତୁ । ମାସ୍କ ବ୍ୟବହାର କରନ୍ତୁ ।
  • ରୋଗର ଶିକାର ହୋଇଥିବା ଲୋକଙ୍କ ଠାରୁ ନିରାପଦ ଦୂରରେ ରୁହନ୍ତୁ । ରୋଗୀର ବ୍ୟବହୃତ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ ।
  • ଘରକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ବାହାରୁ ଆସୁଥିବା ସାମଗ୍ରୀ, ବସ୍ତୁକୁ ସଫା କରି ଘରକୁ ଆଣନ୍ତୁ ।
  • ନନଭେଜ୍‌ ସି-ଫୁଡ ଖାଇବାରୁ ବଞ୍ଚନ୍ତୁ । କୋରୋନାଭାଇରସ ସି-ଫୁଡରୁ ମାତ୍ରାଧିକ ଭାବରେ ବ୍ୟାପିବାରେ ଲାଗିଛି ।
  • କାଶିବା ବା ଛିଙ୍କିବା ବେଳେ ମୁହଁରେ ରୁମାଲ କିମ୍ବା ମୋଟା କପଡା ବ୍ୟବହାର କରନ୍ତୁ ।
  • ଖାଦ୍ୟକୁ ଭଲଭାବେ ଗରମ କରି ଖାଆନ୍ତୁ । ମାଂସ, ଅଣ୍ଡା ଭଳି ମାଂସ ଖାଦ୍ୟ ଦ୍ରବ୍ୟ ଅତ୍ୟଧିକ ଗରମ କରନ୍ତୁ ଓ ପରେ ଖାଆନ୍ତୁ ।
  • ପଶୁପକ୍ଷୀଙ୍କ ଠାରୁ ଯେତେ ଦୂର ସମ୍ଭବ ଦୂରେଇ ରୁହନ୍ତୁ । ପଶୁପକ୍ଷୀଙ୍କ ମାଂସ ଠାରୁ ଦୂରେଇ ରୁହନ୍ତୁ

ଏସବୁ ପ୍ରତିଷେଧକମୂଳକ ପଦକ୍ଷେପ ଆପଣେଇଲେ କୋରୋନା ଭାଇରସ ସହ ମୁକାବିଲା କରାଯାଇପାରେ ।

ନୋବେଲ କୋରୋନା ଭାଇରସରୁ ବର୍ତ୍ତିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ପ୍ରତିଷେଧକ ଉପଲବ୍ଧ ନାହିଁ । ମାତ୍ର ଚିକିତ୍ସକ ଖୁବଶୀଘ୍ର ଏହି ଭାଇରସରୁ ରକ୍ଷା ପାଇଁ ପ୍ରତିଷେଧକ ପ୍ରସ୍ତୁତ କରିବା ଫର୍ମୁଲାର ପ୍ରଥମ ପରୀକ୍ଷା ସମ୍ପୂର୍ଣ୍ଣ କରିଥିବା ଦାବି କରିଛନ୍ତି ।

ଚୀନରୁ ବ୍ୟାପୁଥିବା ଏହି ଭାଇରସ କବଳରେ ଏବେ ବିଶ୍ବର ଅନେକ ରାଷ୍ଟ୍ର ଆସିବାରେ ଲାଗୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଷ୍ଟ୍ରରେ ସତର୍କତା ଅବଲମ୍ବନ ସହ ସ୍ବାସ୍ଥ୍ୟ ସଚେତନା ଓ ଯାଞ୍ଚ ପ୍ରକ୍ରିୟା କଡାକଡି କରାଯାଇଛି । ଚୀନରୁ ଆସୁଥିବା ଯାତ୍ରୀଙ୍କୁ ତନ୍ନତନ୍ନ କରି ବିମାନବନ୍ଦର ଓ ରେଲୱେ ଷ୍ଟେସନରେ ଯାଞ୍ଚ କରାଯାଉଛି ।

Last Updated : Jan 27, 2020, 12:09 PM IST

ABOUT THE AUTHOR

...view details