ଓଡିଶା

odisha

ପାକିସ୍ତାନରେ କୋରୋନା ତାଣ୍ଡବ, 19 ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା

By

Published : May 3, 2020, 7:08 PM IST

ଗତ 24 ଘଣ୍ଟା ମଧ୍ୟରେ ପାକିସ୍ତାନରେ 989 ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 19ହଜାରକୁ ବଢାଇଛି ।

corona in pakistan, corona fight in pakistan, imran khan, corona update, coronavirus news, ପାକିସ୍ତାନରେ କୋରୋନା ସ୍ଥିତି, ପାକିସ୍ତାନରେ କୋରୋନା ମୁକାବିଲା, ଇମରାନ ଖାନ, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌
ପାକିସ୍ତାନରେ କୋରୋନା ତାଣ୍ଡବ, 19 ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା

ଇସଲାମାବାଦ: ସାମୂହିକ ପ୍ରାର୍ଥନା, ମସଜିଦରେ ଭିଡ ଆଦି ନିୟମ ଉଲଙ୍ଘନକାରୀ କାର୍ଯ୍ୟକଳାପ ପରେ ପାକିସ୍ତାନରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ପାକିସ୍ତାନରେ 989 ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 19ହଜାରକୁ ବଢାଇଛି । ସେପଟେ ଏହି ସମୟ ମଧ୍ୟରେ 23 ଜଣଙ୍କ ମୃତ୍ୟୁ ସହ ମୋଟ ମୃତକଙ୍କ ସଂଖ୍ୟା 440ରେ ପହଞ୍ଚିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ଦେଶରେ 4817 ଜଣ ଲୋକେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ଚିହ୍ନଟ 19,103 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ପଞ୍ଜାବ ପ୍ରାନ୍ତରେ 7106, ସିନ୍ଧରେ 7102, ଖୈବର-ପଖତୁଙ୍ଖୱାରେ 2907, ବାଲୋଚିସ୍ତାନରେ 1172, ଇସଲାମାବାଦରେ 393, ଗିଲଗିଟ ବାଲତିସ୍ତାନରେ 356 ଓ ପାକିସ୍ତାନ ଅଧିକୃତ କଶ୍ମୀରରେ 67ଟି ମାମଲା ରହିଛି । ଏଯାବତ ଦେଶରେ 2,03,025ଟି ଟି ଟେଷ୍ଟିଂ ସରିଛି । ଯେଉଁଥିରୁ ଗତ 24 ଘଣ୍ଟାରେ 8716ଟି ଟେଷ୍ଟିଂ କରାଯାଇଛି ।

ସେପଟେ ଶନିବାର ଦେଶରେ କୋରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଇମରାନ ଖାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ଦେଶରେ କେବେ କୋରୋନା ପାଇଁ ଟୀକା ଉପଲବ୍ଧ ହେବ ତାହା ସ୍ପଷ୍ଟ ହୋଇ ନାହିଁ । ତେଣୁ ଆଗାମୀ 6 ମାସ କିମ୍ବା ବର୍ଷେ ପର୍ଯ୍ୟନ୍ତ ଦେଶରେ ଏପରି ସ୍ଥିତି ଲାଗି ରହିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି କୋରୋନା ବିରୋଧରେ ଏହି ଯୁଦ୍ଧ ଜିତିବାକୁ ହେଲେ ଆମକୁ ଏକାଠି ହୋଇ ବୁଦ୍ଧିମତାର ସହ କାର୍ଯ୍ୟ କରିବାକୁ ହେବ ।

ABOUT THE AUTHOR

...view details