ଓଡିଶା

odisha

ETV Bharat / international

ଦକ୍ଷିଣ କୋରିଆରେ କମୁଛି ସଂକ୍ରମଣ, 24 ଘଣ୍ଟାରେ ମାତ୍ର 18 ଚିହ୍ନଟ - ଦକ୍ଷିଣ କୋରିଆରେ କୋରୋନା ବିଜୟ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମାତ୍ର 18 ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଫେବୃଆରୀଠାରୁ ଆରମ୍ଭ ହୋଇଥିବା ସଂକ୍ରମଣରେ ଏଯାବତ ଏହା ସବୁଠାରୁ ବଡ ବିଜୟ ।

corona in south korea, corona update, corona victory in south korea, coronavirus news, ଦକ୍ଷିଣ କୋରିଆରେ କୋରୋନା, କୋରୋନା ଅପଡେଟ, ଦକ୍ଷିଣ କୋରିଆରେ କୋରୋନା ବିଜୟ, କୋରୋନା ଭାଇରସ ନ୍ୟୁଜ୍‌
ଦକ୍ଷିଣ କୋରିଆରେ କମୁଛି ସଂକ୍ରମଣ, 24 ଘଣ୍ଟାରେ ମାତ୍ର 18 ଚିହ୍ନଟ

By

Published : Apr 18, 2020, 11:13 PM IST

ସିଓଲ: ଦକ୍ଷିଣ କୋରିଆରେ କମିବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମାତ୍ର 18 ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଫେବୃଆରୀଠାରୁ ଆରମ୍ଭ ହୋଇଥିବା ସଂକ୍ରମଣରେ ଏଯାବତ ଏହା ସବୁଠାରୁ ବଡ ବିଜୟ । ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 10,653ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା 232ରେ ସ୍ଥିର ରହିଛି ।

ତେବେ ଏହି ବିଜୟ ପଛରେ ସବୁଠାରୁ ବଡ ସାହାଯ୍ୟ କରିଛି ସାମାଜିକ ଦୂରତା । ଏନେଇ ଶନିବାର ଦକ୍ଷିଣ କୋରିଆର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଓ ପ୍ରିଭେନ୍ସନ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁଥିରେ କୁହାଯାଇଛି କି ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ସହ ଡିଏଗୁରେ ମଧ୍ୟ ବର୍ତ୍ତମାନ ନୂଆ ଆକ୍ରାନ୍ତ ସଂଖ୍ୟା କମି ହଜାରେ ତଳକୁ ରହିଛି । ଏଥିସହ ଦେଶରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ଧିରେ ଧିରେ ବଢିବାରେ ଲାଗିଛି ।

ତେବେ ଦେଶରେ ଚିହ୍ନଟ ମାମଲା ମଧ୍ୟରୁ 993 ଟି ମାମଲା ବାହରୁ ଆସିଥିବା ନାଗରିକଙ୍କଠାରେ ଚିହ୍ନଟ ହୋଇଛି । ଏନେଇ ଉପସ୍ବାସ୍ଥ୍ୟ ମନ୍ତ୍ରୀ ଦେଶରେ ଆରମ୍ଭ ହୋଇଥିବା ଏହି ବିଜୟଧାରାକୁ ବଜାୟ ରଖିବା ପାଇଁ ଉଚ୍ଚ କମିଟି ଗଠନ କରି ଏହି ଦାୟିତ୍ବ ଦେଇଛନ୍ତି ।

ABOUT THE AUTHOR

...view details