କୋଲମ୍ବୋ: ଶ୍ରୀଲଙ୍କାରେ ଗତ ମାସରେ ଘଟିଥିବା ଆତ୍ମଘାତୀ ସିରିଜ ବୋମା ବିସ୍ଫୋରଣ ପରେ ଏବେ ସେଠାକାର ସ୍ଥିତି ବିଗିଡିବାରେ ଲାଗିଛି । ସୋମବାର ମୁସଲିମ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟରେ ଦେଖାଦେଇଛି ଗୋଷ୍ଠୀ ସଙ୍ଘର୍ଷ । ଯାହା ଫଳରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି ।
ଶ୍ରୀଲଙ୍କାରେ ଦଙ୍ଗା ପରିସ୍ଥିତି, ମୁସଲିମଙ୍କୁ ହେଉଛି ଆକ୍ରମଣ
ଶ୍ରୀଲଙ୍କାରେ ମୁସଲିମ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟରେ ଦେଖାଦେଇଛି ଗୋଷ୍ଠୀ ସଙ୍ଘର୍ଷ । ଯାହା ଫଳରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି ।
ଫାଇଲ ଫଟୋ
କଲମ୍ବୋର ଖ୍ରୀଷ୍ଟିଆନ ବହୁଳ ନିଗମ୍ବୋ ସହରରେ ଥିବା ମୁସଲିମ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ ହୋଇଛି । ଖ୍ରୀଷ୍ଟିଆନମାନେ ମୁସଲିମଙ୍କ ଘର, ଦୋକାନ ଏବଂ ଯାନବାହନ ଉପରେ ଆକ୍ରମଣ କରୁଛନ୍ତି । ତେବେ ଏହା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି ।
ସେପଟେ ଦଙ୍ଗା ପରିସ୍ଥିତି ସୃଷ୍ଟି ହେବା ପରେ ଶ୍ରୀଲଙ୍କାର ରୋମ କୈଥଲିକ ଚର୍ଚ୍ଚ ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି । ଏହା ସହିତ ଦେଶର କିଛି ଅଞ୍ଚଳରେ ମଦ କାରବାର ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।