ଓଡିଶା

odisha

ETV Bharat / international

କୋରୋନା ଭାଇରସ: କଠିନ ସମୟରେ ସହାୟତା ପାଇଁ ଭାରତକୁ ଚୀନର ଧନ୍ୟବାଦ

ଚୀନ ରାଷ୍ଟ୍ରଦୂତ କହିଛନ୍ତି ଯେ କୋରୋନା ଭାଇରସକୁ ନାଶ କରିବା ପାଇଁ ଜାରି ରହିଥିବା ଲଢେଇରେ ଚୀନର ବିଜୟ ସୁନିଶ୍ଚିତ । ଏହିସହ ଏଭଳି ପ୍ରତିକୂଳ ପରିସ୍ଥିତିରେ ଭାରତୀୟ ବନ୍ଧୁଙ୍କ ଉଦାରପଣିଆ ଓ ସହାୟତା ଚୀନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଏଭଳି କଷ୍ଟସାଧ୍ୟ ପରିସ୍ଥିତିରେ ଭାରତର ସହାୟତା ଲାଗି ସେ ଗଭୀର କୃତଜ୍ଞତା ଜଣାଇଛନ୍ତି । ଅଧିକ ପଢନ୍ତୁ...

By

Published : Feb 18, 2020, 9:31 PM IST

chinese envoy sun weidong praised india
chinese envoy sun weidong praised india

ବେଜିଂ: ଚୀନ ରାଷ୍ଟ୍ରଦୂତ ସନ ୱେଇଡଙ୍ଗ ମଙ୍ଗଳବାର ଏକ ବିବୃତ୍ତିରେ କୋରୋନା ଭାଇରସ ଭଳି ଭୟଙ୍କର ମହାମାରୀ ବିରୋଧରେ ଜାରି ରହିଥିବା ଲଢେଇରେ ଚୀନର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି । ଏହାସହ ଏଭଳି କଷ୍ଟସାଧ୍ୟ ପରିସ୍ଥିତିରେ ଭାରତର ସହାୟତା ଲାଗି ସେ ଗଭୀର କୃତଜ୍ଞତା ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ଚୀନ ରାଷ୍ଟ୍ରଦୂତ କହିଛନ୍ତି ଯେ କୋରୋନା ଭାଇରସକୁ ନାଶ କରିବା ପାଇଁ ଜାରି ରହିଥିବା ଲଢେଇରେ ଚୀନର ବିଜୟ ସୁନିଶ୍ଚିତ । ଏହିସହ ଏଭଳି ପ୍ରତିକୂଳ ପରିସ୍ଥିତିରେ ଭାରତୀୟ ବନ୍ଧୁଙ୍କ ଉଦାରପଣିଆ ଓ ସହାୟତା ଚୀନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଏହି ଘଟଣା ଡା.କୋଟିନସ ଚୀନରେ ଶତାଧିକ ଲୋକଙ୍କକ ପ୍ରାଣ ବଞ୍ଚାଇବା ପାଇଁ ନିଜ ଅମୂଲ୍ୟ ଯୋଗଦାନ ଦେବା କଥାକୁ ଉଜ୍ଜିବୀତ କରାଉଛି ବୋଲି କହିଛନ୍ତି ଚୀନ ରାଷ୍ଟ୍ରଦୂତ । ଭାରତ କୋରୋନା ମୁକାବିଲା ପାଇଁ ଯଥାସମ୍ଭବ ସହାୟତା ପ୍ରଦାନ କରିବା ପାଇଁ ଆଶ୍ବସନା ପ୍ରଦାନ କରିଛି ।

ଏହାସହ ସେ 2003ରେ ସାର୍ସ ଭାଇରସ ପ୍ରକୋପ ସମୟରେ ଏକ ଘଟଣାକୁ ମଧ୍ୟ ମନେପକାଇଛନ୍ତି । ସାର୍ସ ଭାଇରସ ବ୍ୟାପୁଥିବା ସମୟରେ ଭାରତର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳକୁ ସ୍ବାଗତ କରିବାକୁ ବିମାନ ବନ୍ଦର ଯାଇଥିବା କଥା କହିଛନ୍ତି । ସେହି ସମୟରେ ମଧ୍ୟ ଭାରତ ଚୀନକୁ ସହାୟତା କରିଥିବା ସେ କହିଛନ୍ତି ।

ଚୀନ କୋରୋନା ଭାଇରସକୁ ଆୟତ୍ତ କରିବା ପାଇଁ ଏକ ବହୁସ୍ତରୀୟ ନିୟନ୍ତ୍ରଣ କମିଟି ଗଠନ କରିଛି । ଏହାସହ ଏହି ଭୟଙ୍କର ମହାମାରୀ ଉପରେ ଲଗାମ ଲଗାଇବା ପାଇଁ 80 ଆରବ ଆରଏମବି(ଚୀନି ମୁଦ୍ରା) ଆବଣ୍ଟିତ କରାଯାଇଛି । ସନ ୱେଇଡଙ୍ଗ କହିଛନ୍ତି ଯେ ହୁବେଇ ପ୍ରାନ୍ତ ବାହାରେ କୋରୋନାଭାଇରସ ସଂକ୍ରମଣ ରିପୋର୍ଟ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

ABOUT THE AUTHOR

...view details