ଟୋକିଓ: ଭାରତ ବ୍ୟତୀତ ବିଶ୍ବର ଅନେକ ଦେଶକୁ ନିଜର ଶତୃ କରିଛି ଚୀନ । ଅନେକ ଦେଶ ଡ୍ରାଗନ ଚୀନ ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି । ତେବେ ଇତି ମଧ୍ୟରେ ଜାପାନ ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କ ଅଧିକାରୀଙ୍କ ଜାପାନ ଗସ୍ତ ଉପରେ ରୋକ ଲଗାଇବାକୁ ଯାଉଛି । କୋରୋନା ଭାଇରସ ଯୋଗୁଁ ଜାପାନ ଜିନପିଙ୍ଗ ଗସ୍ତ ଏପ୍ରିଲରେ ରଦ୍ଦ କରିଥିଲା ।
ଚୀନ ରାଷ୍ଟ୍ରପତିଙ୍କ ଜାପାନ ଗସ୍ତ ଉପରେ ଲାଗିପାରେ ଗ୍ରହଣ - ଜାପାନ
ଜାପାନ ଚୀନ ରାଷ୍ଟ୍ରପତି ଜିନ ପିଂଙ୍କ ଅଧିକାରୀକ ଜାପାନ ଗସ୍ତ ଉପରେ ରୋକ ଲଗାଇବାକୁ ଯାଉଛି ।
2008 ପରେ ଚୀନ ରାଷ୍ଟ୍ରଧ୍ୟକ୍ଷଙ୍କର ଏହା ପ୍ରଥମ ଜାପାନ ଗସ୍ତ ହୋଇଥାନ୍ତା । କିନ୍ତୁ ଉଭୟ ଦେଶ ମଧ୍ୟରେ ବଢୁଥିବା ତିକ୍ତତା ଯୋଗୁଁ ଏହି ଗସ୍ତ ଉପରେ ଗ୍ରହଣ ଲାଗିବାର ସମ୍ଭାବନା ପ୍ରକାଶ ପାଇଛି । ହଂକଂରେ ଜାତୀୟ ସୁରକ୍ଷା ଆଇନ ଲାଗୁ ହେବା ଯୋଗୁଁ ଜାପାନ ପ୍ରଧାନମନ୍ତ୍ରୀ ଶିଂଜୋ ଆବେଙ୍କ ଦଳ ଲିବରାଲ ଡେମୋକ୍ରେଟକ ପାର୍ଟି ସରକାରଙ୍କୁ ଜିନପିଂଙ୍କ ଗସ୍ତ ଉପରେ ପୁନର୍ବିଚାର କରିବାକୁ ଆବେଦନ କରିଛି । ଜାପାନ ସାଂସଦ ହଂକଂରେ ଚୀନର ବର୍ବରତାକୁ ନେଇ ଚିନ୍ତିତ ଅଛନ୍ତି । ଏହି ନୂଆ ଆଇନ ଯୋଗୁଁ ହଂକଂରେ ଜାପାନ ନାଗରିକ ଏବଂ କମ୍ପାନୀର ଅଧିକାର ହନନ ହେବ ବୋଲି ଜାପାନ ଆଶଙ୍କା କରୁଛି ।
କୋରୋନା ଭାଇରସର କୂଟନୈତିକ ବ୍ୟବହାର ଏବଂ ହଂକଂକୁ ନେଇ ଚୀନ ବିରୋଧରେ ସ୍ବର ଉଠାଇଛି ଜାପାନ । ହଂକଂ ଜାପାନ ପାଇଁ ଏକ ଗ୍ଲୋବାଲ ଫାଇନାନ୍ସିଆଲ ହବ । ପଂକଂରେ ଜାପାନର ପ୍ରାୟ 1400 କମ୍ପାନୀ ରହିଛି । ତେବେ ଚୀନ ଦ୍ବାରା ହଂକଂରେ ପାରିତ ହୋଇଥିବା ଜାତୀୟ ସୁରକ୍ଷା ଆଇନ ଦ୍ବାରା ଜାପାନ ଉପରେ ପ୍ରଭାବ ପଡିବ ବୋଲି ଆଶା କରାଯାଉଛି । ଜାପାନ ଚୀନର ଏହି ପଦକ୍ଷେପକୁ ବିରୋଧ କରୁଛି ।