ବେଜିଂ: କୋରୋନା ମହାମାରୀକୁ ନେଇ ଆନ୍ତର୍ଜାତୀୟ ସହଯୋଗ ବୃଦ୍ଧି ସ୍ବରୁପ ଚୀନ୍ ବିଶ୍ବର ବିଭିନ୍ନ ଦେଶକୁ ଚିକିତ୍ସା ସହାୟତା ଯୋଗାଉଛି । ମାର୍ଚ୍ଚ 29 ରେ, ସାଂଘାଇରୁ ନ୍ୟୁୟର୍କକୁ ପଠାଯାଇଥିବା ପ୍ରଥମ ବ୍ୟାଚର 80 ଟନ୍ ଚିକିତ୍ସା ସାମଗ୍ରୀ ପହଞ୍ଚିଛି । ବର୍ତ୍ତମାନ ଆମେରିକାରୋ କୋରୋନା ସଂକ୍ରମଣ ରିପୋର୍ଟ ସବୁଠାରୁ ଅଧିକ ରହିଛି । ଏହାସହ ବର୍ତ୍ତମାନ ସୁଦ୍ଧ ଆମେରିକାରେ 4ହଜାରରୁ ଉର୍ଦ୍ଧ୍ବ ଲୋକ କୋରୋନାରେ ପ୍ରାଣ ହରାଇସାରିଲେଣି ।
ଏହି 80 ଟନ ଚିକିତ୍ସା ସାମଗ୍ରୀ ମଧ୍ୟରେ 12 ମିଲିୟନ୍ ଗ୍ଲୋଭସ୍, 1.3 ମିଲିୟନ୍ N 95 ମାସ୍କ, 1.7 ମିଲିୟନ୍ ସର୍ଜିକାଲ୍ ମାସ୍କ ଏବଂ 50,000 ସେଟ୍ ପ୍ରତିରକ୍ଷା ପୋଷାକ ସହିତ JFK ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା |ମାର୍ଚ୍ଚ 27 ରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇଥିଲେ ଯେ ବର୍ତ୍ତମାନ ପରିସ୍ଥିତିରେ ଚୀନ୍ ଏବଂ ଆମେରିକା ଏକଜୁଟ ହୋଇ ମହାମାରୀ ବିରୋଧରେ ଲଢିବା ଉଚିତ୍ ।