ବେଜିଂ: କୋରୋନା ପରେ ଚୀନରେ ବଢୁଛି ନକଲି କ୍ଷୀର କାରବାର । ଫଳରେ ଏହି କ୍ଷୀର ପିଇ କିଛି ଶିଶୁଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଚୀନର ଶିଶୁ ମାନଙ୍କ ପାଇଁ ଏହି କ୍ଷୀର ତିଆରି ହେଉଥିଲା ।
ଚୀନରେ କ୍ଷୀର ଘୋଟାଲା, ଅସୁସ୍ଥ ଶିଶୁ ହସ୍ପିଟାଲରେ ଭର୍ତ୍ତି - ଚୀନରେ କ୍ଷୀର ଘୋଟାଲା
ଚୀନରେ କ୍ଷୀର ଘୋଟାଲା । ଅସୁସ୍ଥ ଶିଶୁ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନତୁ...
କିନ୍ତୁ ଏହାକୁ କିଛି ଶିଶୁ ପିଇବା ପରେ ହଠାତ ଅସୁସ୍ଥ ହୋଇପଡିଥିଲେ । ବର୍ତ୍ତମାନ ସେହି ଶିଶୁମାନଙ୍କର ଚିକିତ୍ସା କରାଯାଉଛି । କିଛି ଶିଶୁଙ୍କୁ ଏକଜିମା ମଧ୍ୟ ହୋଇଯାଇଛି । ତେବେ କିଛି ଶିଶୁଙ୍କ ମାଆ ମାସ ମାସ ଧରି ପିଲାଙ୍କୁ ଏହି କ୍ଷୀର ଦେବା ପରେ କୌଣସି ବିକାଶ ହେଉନଥିବା ନେଇ ଅଭିଯୋଗ କରିଛନ୍ତି ।
ତେବେ ଚୀନର ଅନେକ ଅଭିବାବକ ବିଦେଶୀ ପ୍ରଡକ୍ଟ ଉପରେ ନିର୍ଭର କରୁଥିବା ଦେଖାଯାଉଛି । ସୂଚନା ଅନୁସାରେ 2008 ରେ ମଧ୍ୟ ଶିଶୁଙ୍କ କ୍ଷୀରକୁ ନେଇ ଘୋଟାଲା ହୋଇଥିବା ମାମଲା ଆସିଥିଲା । ଏହି କ୍ଷୀର ପିଇ ପ୍ରାୟ 3 ଲକ୍ଷରୁ ଊର୍ଦ୍ଧ୍ବ ଶିଶୁ ଅସୁସ୍ଥ ହୋଇପଡିଥିଲେ । 2003 ମସିହାରେ ମଧ୍ୟ ପ୍ରା 171 ଜଣ ଶିଶୁ ଅସୁସ୍ଥ ହୋଇଥିବା ବେଳେ 13 ଶିଶୁଙ୍କର ମୃତ୍ୟୁ ଘଟିଥିଲା ।