ଓଡିଶା

odisha

ବେଜିଂରେ ବାହାରକୁ ଗଲେ ମାସ୍କ ବାଧ୍ୟତାମୂଳକ, ନଚେତ ଗଣିବେ ତଣ୍ଡ

ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ପଦାକୁ ଗଲେ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କଲା ବେଜିଂ ।

By

Published : Apr 27, 2020, 12:20 PM IST

Published : Apr 27, 2020, 12:20 PM IST

ବେଜିଂରେ ନିୟମ କଡାକଡି: ବାହାରକୁ ଗଲେ ମାସ୍କ ବାଧ୍ୟତାମୂଳକ, ନଚେତ ଗଣିବେ ତଣ୍ଡ
ବେଜିଂରେ ନିୟମ କଡାକଡି: ବାହାରକୁ ଗଲେ ମାସ୍କ ବାଧ୍ୟତାମୂଳକ, ନଚେତ ଗଣିବେ ତଣ୍ଡ

ବେଜିଂ: ଅସଭ୍ୟ ଆଚରଣ ଉପରେ ରୋକ ଲାଇଲା ବେଜିଂ । କାଶିବା କିମ୍ବା ଛିଙ୍କିବା ସମୟରେ ମୁହଁକୁ ଢାଙ୍କିବା ଜରୁରୀ । ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ସମସ୍ତେ ପଦାକୁ ଗଲେ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରିଛି । ଏହାସହ ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିବେ ସେମାନେ ତଣ୍ଡ ଗଣିବେ ବୋଲି ବେଜିଂ ପୌରପାଳିକା ୱେବସାଇଟରେ ଉଲ୍ଲେଖ କରିଛି ।

ଏହାସହ ସେଥିରେ ଉଲ୍ଲେଖ କରାଯାଇଛି ଯେ, ସର୍ବସାଧାରଣ ସ୍ଥାନ ଗୁଡିକରେ 1 ମିଟର ଦୂରତାରେ ଛିଡା ହେବା ପାଇଁ କୁହାଯାଇଛି । ଏହାସହ ସେୟାର ମିଲରେ ଅଲଗା ଚପ ଷ୍ଟିକ ଓ ଚାମଚ ଦେବା ପାଇଁ କୁହାଯାଇଛି । କେବଳ ଏତିକି ନୁହେଁ ଏହା ମଧ୍ୟ କୁହାଯାଇଛି ଯେ ବାହାରକୁ ଗଲେ ସ୍ବଚ୍ଛ ପୋଷାକ ପରିଧାନ କରିବେ । ପୁରୁଷମାନଙ୍କୁ ବିନା ସାର୍ଟରେ ବାହାରକୁ ଯିବାକୁ ବାରଣ କରାଯାଇଛି । ଏହାସହ ମହିଳାମାନେ ମଧ୍ୟ ବିକିନିରେ ବାହାରକୁ ଯିବା ପାଇଁ ମନାକରାଯାଇଛି ।

ପୂର୍ବରୁ ଅନେକ କ୍ଷେତ୍ରରେ ବେଜିଂ ରୋକ ଲଗାଇଥିଲା । ଯେପରିକି ଛେପ ପକାଇବା, ବାହାର ସ୍ଥାନରେ କୁକୁରକୁ ଚଲାଇବାକୁ ନେବା, ଉଚ୍ଚ ଅଟ୍ଟାଳିକାରୁ କୌଣସି ଜିନିଷ ଫୋପାଡିବା ଆଦି ଉପରେ ରୋକ ଲଗାଯାଇଥିଲା । ଯେଉଁମାନେ ନିୟମ ଭଙ୍ଗ କରିବେ ସେମାନଙ୍କୁ 200, 500 ୟୁଆନ ତଣ୍ଡ ଗଣିବାକୁ ପଡିବ ବୋଲି ଉଲ୍ଲେଖ କରାଯାଇଥିଲା ।

ଏଠାରେ ସୂଚନାଥାଉ ଯେ ମହାମାରୀ କୋରୋନାରେ ଚୀନରେ 82 ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ ।

ABOUT THE AUTHOR

...view details