ଏପରି ଏକ ଦେଶ ଯେଉଁଠି କାର କିଣିପାରିବେନି ସାଧାରଣ ଲୋକ - ଉତ୍ତର କୋରିଆ
ଉତ୍ତର କୋରିଆ ନିଜ ଆଇନ କାନୁନ୍ ପାଇଁ ମଧ୍ୟ ଦୁନିଆରେ ପ୍ରସିଦ୍ଧ । ଏଠାକାର ସରକାର ନିଜ ଇଚ୍ଛାନୁସାରେ ଆଇନ ତିଆରି କରନ୍ତି । ଆଉ ଲୋକ ମଧ୍ୟ ଏହାକୁ ମାନିବାକୁ ବାଧ୍ୟ ହୋଇଥାନ୍ତି । ଅଧିକ ପଢନ୍ତୁ..
ପାୟୋଙ୍ଗୟାଙ୍ଗ: ନିଜର ଏକଛତ୍ରବାଦ ମନୋଭାବ ପାଇଁ ସାରା ବିଶ୍ବରେ ପରିଚିତ ଉତ୍ତର କୋରିଆ । ପରମାଣୁ ପରୀକ୍ଷାଠାରୁ ଆମେରିକା ସହ ବିବାଦ ଯାଏଁ । ସବୁବେଳେ ନିଜ କାର୍ଯ୍ୟ ପାଇଁ ହେଡଲାଇନରେ ରହିଥାଏ ପୂର୍ବ ଏସିଆର ଏହି ଦେଶ ।
ତେବେ ଏହା ନିଜ ଆଇନ କାନୁନ୍ ପାଇଁ ମଧ୍ୟ ଦୁନିଆରେ ପ୍ରସିଦ୍ଧ । ଏଠାକାର ସରକାର ନିଜ ଇଚ୍ଛାନୁସାରେ ଆଇନ ତିଆରି କରନ୍ତି । ଆଉ ଲୋକ ମଧ୍ୟ ଏହାକୁ ମାନିବାକୁ ବାଧ୍ୟ ହୋଇଥାନ୍ତି । ଉତ୍ତର କୋରିଆରେ କିଛି ଅଜବ ନିୟମ ରହିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏହି ଦେଶକୁ ଯିବା ପୂର୍ବରୁ ଏହିସବୁ ନିୟମ ଜାଣିନେବା ବୁଦ୍ଧିମାନର କାର୍ଯ୍ୟ । କାରଣ ଏଠାରେ ଥରେ ନିୟମ ଉଲ୍ଲଙ୍ଘନ କଲେ ଦଣ୍ଡ ବହୁତ କଠିନ ହୋଇଥାଏ । ଆସନ୍ତୁ ଆଜି ଆମେ ଆପଣଙ୍କୁ ବତାଇବୁ ଏହି ଦେଶର କିଛି ଅଜବ କାନୁନ୍ ।
- ସବୁଠାରୁ ବଡ ନିୟମ ଯାହା ଉତ୍ତର କୋରିଆରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ତାହା ହେଉଛି ସାଧାରଣ ନାଗରିକ ଏଠାରେ କାର୍ କିଣିପାରିବେନି । କେବଳ ସରକାର ଓ ସେନାଧିକାରୀଙ୍କୁ କାର୍ କିଣିବାର ଅନୁମତି ରହିଛି ।
- ଉତ୍ତର କୋରିଆ ଲୋକଙ୍କୁ ନୀଳ ଜିନ୍ସ ପିନ୍ଧିବା ଉପରେ ବ୍ୟାନ ଲାଗିଛି । ପର୍ଯ୍ୟଟକଙ୍କ ପାଇଁ ଏହା ବାଧ୍ୟତାମୂଳକ ନୁହେଁ । ହେଲେ କିମ୍ ସୁଙ୍ଗ ଏବଂ କିମ୍ ଜଙ୍ଗ ଦ୍ବିତୀୟଙ୍କ ମେମୋରିଆଲ ହଲ୍ ଯିବା ପୂର୍ବରୁ ଆପଣଙ୍କୁ ଏହି ନୀଳ ରଙ୍ଗର ଜିନ୍ସ ବଦଳାଇବାକୁ ପଡିବ ।
- ଦେଶରେ କେବଳ 1000ରୁ 5500 ୱେବସାଇଟ୍ ରହିଛି । ବଡ ରାଙ୍କର ଅଫିସର ନହେଲେ ଆପଣଙ୍କୁ ବିଶ୍ବ ସାରାର ଖବର ମିଳିପାରିବ ନାହିଁ । ଡବ୍ଲୁଡବ୍ଲୁଡବ୍ଲୁ ସାଇଟକୁ ଏଠାରେ ବ୍ୟାନ କରାଯାଇଛି । ସେହିପରି ସବୁ ମୋବାଇଲରେ ୱାଇଫାଇ ଓ ବ୍ଲୁଟୁଥ୍ କନେକ୍ସନ ନାହିଁ । ଲୋକାଲ ସିମ୍ କାର୍ଡରେ ବାହାର ଦେଶ ଲୋକଙ୍କୁ ଏଠାରୁ କଲ କରିବା ମନା ।
- ବିଦେଶୀମାନେ ସ୍ଥାନୀୟ ମୁଦ୍ରା ବ୍ୟବହାର କରିପାରିବେନି । ସେହିପରି କୌଣସି ପ୍ରକାର ରିୟଲ ଇଷ୍ଟେଟ୍ ମଧ୍ୟ କିଣିପାରିବେନି ।
- ଏଠାରେ ଗରିବ ଲୋକଙ୍କ ଫଟୋ ଉଠାଇବା ଆଇନଗତ ଅପରାଧ ଅଟେ । କୌଣସି ବିଦେଶୀ ଲୋକ ଏହି ଫଟୋ ଉଠାଇଲେ ଜୋରିମାନାର ବ୍ୟବସ୍ଥା ରହିଛି । ଏପରି କରିବା ଦ୍ବାରା ଦେଶର ଛବି ଖରାପ ହୋଇଥାଏ ବୋଲି ସେଠାକାର ସରକାରଙ୍କ ବିଶ୍ବାସ ରହିଛି ।
- ଏହି ଦେଶରେ ଆପଣ ନିଜ ମନପସନ୍ଦର ଚୁଟି କାଟିପାରିବେନି । ଏଥିପାଇଁ ସରକାର କିଛି ଡିଜାଇନ ଜାରି କରିଛନ୍ତି । ଯେଉଁଥିରୁ କୌଣସି ଏକ ଡିଜାଇନ ବାଛି ଲୋକ ଚୁଟି କାଟିବେ ।
- ଘରେ ଆପଣ ହଟ୍ ସାୱାର ନେଇପାରିବେନି । ତେବେ ଇଲେକ୍ଟ୍ରି ହିଟର ବ୍ୟବହାର କରିପାରିବେ ।