ଢାକା: ରେମେଡେସିଭିର ଏକ ଜେନେରିକ୍ ଭର୍ଜନ ଉତ୍ପାଦନ କରିବାରେ ବାଂଲାଦେଶ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି । ବାଂଲାଦେଶର ଔଷଧ ତିଆରି କରୁଥିବା କମ୍ପାନୀ ବେକ୍ସିମୋ ଜେନେରିକ୍ ରେମେଡେସିଭିରର ବିକ୍ରୟ କରିବାକୁ ଯାଉଛି । ଏହି କମ୍ପାନୀ କୋରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସରକାରୀ ଡାକ୍ତରଖାନାକୁ ଏହାକୁ ମାଗଣାରେ ଦେବାକୁ କହିଛି ।
ବେକ୍ସିମୋ ବିଶ୍ୱର ପ୍ରଥମ ଆଣ୍ଟି-ଭାଇରାଲ୍ ଜେନେରିକ ଔଷଧ ତିଆରି କରିବା କମ୍ପାନୀ ହୋଇପାରିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନିୟମ ଅନୁଯାୟୀ ବାଂଲାଦେଶ ପେଟେଣ୍ଟ ଔଷଧର ଜେନେରିକ ଭର୍ଜନ ପ୍ରସ୍ତୁତ କରୁଛି । ଢାକାରେ ପ୍ରତିଷ୍ଠିତ ବେକ୍ସିମୋ କମ୍ପାନୀ ଜେନେରିକ୍ ରେମେଡେସିଭିରକୁ 5300 ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି ।