ଓଡିଶା

odisha

ETV Bharat / international

ବାଂଲାଦେଶ ଡଙ୍ଗାବୁଡି ଘଟଣା, ମୃତ୍ୟୁ ସଂଖ୍ୟା 33କୁ ବୃଦ୍ଧି

ବାଂଲାଦେଶର ବୁରିଗଙ୍ଗା ନଦୀରେ ସୋମବାର ହୋଇଥିବା ଯାତ୍ରୀବାହୀ ଡଙ୍ଗା ବୁଡି ଘଟଣାରେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ମଙ୍ଗଳବାର ନଦୀରୁ ଆଉ ଏକ ମୃତଦେହ ଜବତ ହେବା ସହ ଘଟଣାରେ ମୋଟ ମୃତ୍ୟୁ ସଂଖ୍ୟା 33ରେ ପହଞ୍ଚିଛି ।

boat accident in bangladesh, bangladesh boat capsize update, boat capsize, bangladesh latest news, ବାଂଲାଦେଶରେ ଡଙ୍ଗାବୁଡି, ବାଂଲାଦେଶ ଡଙ୍ଗାବୁଡି ଅପଡେଟ, ଡଙ୍ଗାବୁଡି, ବାଂଲାଦେଶ ଲାଟେଷ୍ଟ ନ୍ୟୁଜ୍‌
ବାଂଲାଦେଶ ଡଙ୍କା ବୁଡି ଘଟଣା, ମୃତ୍ୟୁ ସଂଖ୍ୟା 33କୁ ବୃଦ୍ଧି

By

Published : Jun 30, 2020, 5:02 PM IST

ଢାକା: ବାଂଲାଦେଶର ବୁରିଗଙ୍ଗା ନଦୀରେ ସୋମବାର ହୋଇଥିବା ଯାତ୍ରୀବାହୀ ଡଙ୍ଗା ବୁଡି ଘଟଣାରେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ମଙ୍ଗଳବାର ନଦୀରୁ ଆଉ ଏକ ମୃତଦେହ ଜବତ ହେବା ସହ ଘଟଣାରେ ମୋଟ ମୃତ୍ୟୁ ସଂଖ୍ୟା 33ରେ ପହଞ୍ଚିଛି । ସେପଟେ ଆହୁରି ଅନେକ ଯାତ୍ରୀ ଏବେ ବି ନିଖୋଜ ରହିଥିବା ସନ୍ଦେହ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ବିଭାଗ ଡ୍ୟୁଟି ଅଧିକାରୀ ଅନିସୁର ରେହମାନ ।

ସୂଚନା ଅନୁଯାୟୀ ସୋମବାର ମୁନସିଗଞ୍ଜରୁ ଢାକା ଅଭିମୁଖେ ବାହାରିଥିବା ‘ମର୍ଣ୍ଣିଂ ବାର୍ଡ’ ଡଙ୍ଗା ସଦରଘାଟରେ ଅନ୍ୟ ଏକ ଡଙ୍ଗା ‘ମୋୟୁର-2’ ସହ ଧକ୍କା ହୋଇଥିଲା । ସ୍ଥାନୀୟ ପୋଲିସର ସୂଚନା ମୁତାବକ ଏହି ଡଙ୍ଗାରେ 100ରୁ ଉର୍ଦ୍ଧ୍ବ ଲୋକେ ଯାତ୍ରା କରୁଥିଲେ । ସେପଟେ ମୋୟୁର-2ରେ ଜଣେ ବ୍ୟକ୍ତି ଡଙ୍ଗାର ଶୀର୍ଷ ସ୍ଥାନରେ ଛିଡା ହୋଇଥିବାରୁ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡିଥିଲା । ଏପରି ସମୟରେ ମର୍ଣ୍ଣିଂ ବାର୍ଡ ମଧ୍ୟ ଭାରସାମ୍ୟ ହରାଇ ବୁଡିଯାଉଥିବା ମୋୟୁର-2 ସହ ଧକ୍କା ହୋଇଥିଲା ।

ସମ୍ପୃକ୍ତ ଘଟଣାରେ ଖାମଖିଆଲି ଆଚରଣ ଯୋଗୁଁ 7 ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ତେଣେ ବୁରିଗଙ୍ଗା ନଦୀରେ ପ୍ରଦୂଷଣର ମାତ୍ରା ବଢିଚାଲିଥିବା ସତ୍ତ୍ବେ ଢାକା ସହ ଦେଶର ଅନ୍ୟ କେତେକ ଅଞ୍ଚଳକୁ ସଂଯୋଗ କରିବା ପାଇଁ ଏହା ଏକ ପ୍ରମୁଖ ମାଧ୍ୟମ । ଯାତାୟତ ପାଇଁ ଏହି ନଦୀପଥ ଉପରେ ଅନେକ ଲୋକେ ନିର୍ଭର କରିଥାଆନ୍ତି । ବାଂଲାଦେଶରେ ଡଙ୍ଗା ଦୁର୍ଘଟଣା କିଛି ନୂଆ ଘଟଣା ନୁହେଁ । ଅଧିକାଂଶ ମାମଲାରେ ଡଙ୍ଗାରେ କ୍ଷମତାରୁ ଅଧିକ ଲୋକ କାରଣ ପାଲଟିଥିବା ବେଳେ ଅନେକ ସମୟରେ ଡଙ୍ଗାର ଖରାପ ସ୍ଥିତି ଦାୟୀ ହୋଇଥାଏ ।

@IANS

ABOUT THE AUTHOR

...view details