ଓଡିଶା

odisha

ETV Bharat / international

ମେ 15 ପର୍ଯ୍ୟନ୍ତ ଭାରତରୁ ସମସ୍ତ ବିମାନ ସେବାକୁ ବନ୍ଦ କଲା ଅଷ୍ଟ୍ରେଲିଆ - ବିମାନ ସେବାକୁ ବନ୍ଦ କଲା ଅଷ୍ଟ୍ରେଲିଆ

ଭାରତରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦେଶରୁ ବିମାନ ଯାତ୍ରାକୁ ବନ୍ଦ କଲା ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ...

ମେ 15 ପର୍ଯ୍ୟନ୍ତ ଭାରତରୁ ସମସ୍ତ ବିମାନ ସେବାକୁ ବନ୍ଦ କଲା ଅଷ୍ଟ୍ରେଲିଆ
ମେ 15 ପର୍ଯ୍ୟନ୍ତ ଭାରତରୁ ସମସ୍ତ ବିମାନ ସେବାକୁ ବନ୍ଦ କଲା ଅଷ୍ଟ୍ରେଲିଆ

By

Published : Apr 27, 2021, 1:06 PM IST

କାନବେରା: କୋରୋନା ମହାମାରୀର ଭୟଙ୍କର ସ୍ଥିତିରେ ରହିଛି କୋରୋନା । ଏହାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଆସନ୍ତା ମେ 15 ପର୍ଯ୍ୟନ୍ତ ଭାରତରୁ ଆସୁଥିବା ସମସ୍ତ ବିମାନ ସେବାକୁ ବନ୍ଦ କରିଛି । ତେବେ ଏ ସମ୍ପର୍କରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କାଟ ମୋରିସନ ସୂଚନା ଦେଇଛନ୍ତି ।

କୋରୋନା ମହାମାରୀର ଦ୍ବିତୀୟ ଲହରୀରେ ଭାରତ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି । ସଂକ୍ରମଣ ଗତବର୍ଷର ରେକର୍ଡ ଭାଙ୍ଗିଛି । ବାୟୁରେ କୋରୋନା ଭାଇରସ ବ୍ୟାପୁଥିବାରୁ ସଂକ୍ରମଣ ମଧ୍ୟ ଦ୍ରୁତ ଗତିରେ ବଢୁଛି । ଏଥିଲାଗି ଅନ୍ୟ ଦେଶଗୁଡିକ ଭାରତରୁ ବିମାନ ସେବାକୁ ବନ୍ଦ କରିଦେଇଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମାସ୍କ ପିନ୍ଧିବା ସହିତ କୋଭିଡର ସମସ୍ତ ନିୟମ ସଠିକ ଭାବେ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି । ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଦେଶରେ ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ ମଧ୍ୟ ଲାଗୁ କରାଯାଇଛି ।

ତେବେ ସୂଚନା ଥାଉ କି ଗତ 24 ଘଣ୍ଟା ମଧ୍ୟରେ ଦେଶରେ ନୂଆ 3 ଲକ୍ଷ 23 ହଜାର 144 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 2771 ଜଣଙ୍କର ମୃତ୍ୟୁ ଘଟିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 76 ଲକ୍ଷ 36 ହଜାର 307ରେ ପହଞ୍ଚିଛି । ସେପଟେ ସକ୍ରିୟ ରହିଛନ୍ତି 28 ଲକ୍ଷ 82 ହଜାର 204 ଜଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details