ଓଡିଶା

odisha

ETV Bharat / international

ଭାରତ ସହ ବିବାଦ ପରେ ପାକିସ୍ତାନର ଗ୍ୱାଦର ବନ୍ଦରରେ ସେନା ବେସକୁ ମଜବୁତ କରୁଛି ଚୀନ

ମିଳିଥିବା ଏକ ସଦ୍ୟତମ ରିପୋର୍ଟ ଅନୁସାରେ ଚୀନ୍ ପାକିସ୍ତାନର ଗ୍ୱାଦର ବନ୍ଦରରେ ନିଜର ସେନା ବେସକୁ ମଜବୁତ କରୁଛି। ଯାହାର ତାଜା ସାଟେଲାଇଟ୍ ଚିତ୍ରଗୁଡ଼ିକ ଏବେ ପ୍ରକାଶ ପାଇଛି।

ପାକିସ୍ତାନର ଗ୍ୱାଦର ବନ୍ଦରରେ ସେନା ବେସକୁ ମଜବୁତ କରୁଛି ଚୀନ, ସାଟେଲାଇଟ ଚିତ୍ରରୁ ପ୍ରକାଶ
ପାକିସ୍ତାନର ଗ୍ୱାଦର ବନ୍ଦରରେ ସେନା ବେସକୁ ମଜବୁତ କରୁଛି ଚୀନ, ସାଟେଲାଇଟ ଚିତ୍ରରୁ ପ୍ରକାଶ

By

Published : Jun 3, 2020, 2:12 PM IST

ନୂଆଦିଲ୍ଲୀ: ଚୀନ ଓ ଭାରତ ମଧ୍ୟରେ ଲାଗି ରହିଛି ସୀମା ବିବାଦ। ଏଲଏସି ନିକଟରେ ଦୀର୍ଘ ମାସେ ଧରି ଚାଲିଛି ଛକାପଞ୍ଝା ଓ ଉତ୍ତେଜନା ମୂଳକ ପରିସ୍ଥିତି। ଯାହାକୁ ନେଇ ସୀମାରେ ନିଜର ରଣକୌଶଳ ଓ ଜାଲ ବିସ୍ତାର କରିବାରେ ଲାଗିଛି ଚୀନ। ଏପରିକି ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଚୀନ ରାଷ୍ଟ୍ରପତି ତାର ସେନାକୁ ଡାକରା ମଧ୍ୟ ପୂର୍ବରୁ ଦେଇ ସାରିଛନ୍ତି। ଏହାସହ ଦେଶ କୋରୋନା ମହାମାରୀକୁ ଲଢୁଥିବା ବେଳେ ସୈନିକଙ୍କୁ ଭାରତ ସହ ଲଢିବାକୁ ପ୍ରଶିକ୍ଷଣ ଦେଇ ମଜବୁତ କରୁଛି ଚୀନ।

ମିଳିଥିବା ଏକ ସଦ୍ୟତମ ରିପୋର୍ଟ ଅନୁସାରେ ଚୀନ୍ ପାକିସ୍ତାନର ଗ୍ୱାଦର ବନ୍ଦରରେ ନିଜର ସେନା ବେସକୁ ମଜବୁତ କରୁଛି। ଯାହାର ତାଜା ସାଟେଲାଇଟ୍ ଚିତ୍ରଗୁଡ଼ିକ ଏବେ ପ୍ରକାଶ ପାଇଛି।

ସାଟେଲାଇଟ୍ ଚିତ୍ରରେ ଦର୍ଶାଯାଇଛି ଯେ ଚୀନ୍ ଦ୍ବାରା ଗ୍ୱାଦର ବନ୍ଦରରେ ନୂତନ ସଂରଚନା ନିର୍ମାଣ କରାଯାଉଛି, ଯାହା ସେଠାରେ ଏହାର ନୌସେନା ଯନ୍ତ୍ରପାତିକୁ ନିୟୋଜିତ କରିବା ପାଇଁ ଏହି ଅଞ୍ଚଳର ବିକାଶରେ ନିୟୋଜିତ ଅଛି।

ଭାରତୀୟ ସୁରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ ଚୀନ୍ ଗ୍ୱାଦର ବନ୍ଦରକୁ ଆଧୁନିକୀକରଣ କରିବାରେ ଲାଗିଛି ଏବଂ ଏହାର ଆଖପାଖ ଅଞ୍ଚଳକୁ ନେଇ ସମ୍ଭାବ୍ୟ ବାହିନୀକୁ ବ୍ୟବହାର କରିବାକୁ ଅତି ଦ୍ରୁତ ଗତିରେ କାର୍ଯ୍ୟ କରୁଛି।

46 ବିଲିୟନ ଆମେରିକୀୟ ଡଲାରର ଚୀନ୍-ପାକିସ୍ଥାନ ଅର୍ଥନୈତିକ କରିଡରର ଏକ ଅଂଶ ଥିବା ଗ୍ୱାଦର ବନ୍ଦରର ବିକାଶ ବେଜିଂ ପାଇଁ ରଣନୈତିକ ଏବଂ ସାମରିକ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହାକୁ ବ୍ୟବହାର କରି ଚୀନ ମାଲାକା ଷ୍ଟ୍ରାଇଟ୍ ଦୀର୍ଘ ସମୁଦ୍ର ପଥ ଉପରେ ଯାତାୟତ ହ୍ରାସ କରି, ସାମଗ୍ରୀ ପରିବହନ ପାଇଁ ଏହି କରିଡରକୁ ବ୍ୟବହାର କରିବାକୁ ଚାହୁଁଛି।

For All Latest Updates

ABOUT THE AUTHOR

...view details