ବେଜିଂ: ନିଜ ପଡୋଶୀ ଦେଶଙ୍କୁ ଲଗତାର ଶକ୍ତି ପ୍ରୟୋଗ କରି ଡରାଇବାକୁ ଚେଷ୍ଟା କରୁଛି ଚୀନ । ଭାରତ ଏବଂ ହଂକଂ ପରେ ଏବେ ଭିଏତନାମ ସହ ବିବାଦ ଆରମ୍ଭ କରିଛି ଡ୍ରାଗନ ଚୀନ । ଏକ ଡାଟା ଅନୁଯାୟୀ, ଚୀନର ଏକ ତଟରକ୍ଷକ ଜାହାଜ ଦକ୍ଷିଣ ଚୀନ ସାଗରରେ ବେନେଗାର୍ଡ ନିକଟରେ ଠାବ ହୋଇଛି । ଏହା ଚୀନ ଏବଂ ଭିଏତନାମ ମଧ୍ୟର ବିବାଦୀୟ ସ୍ଥଳ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଚୀନ ପକ୍ଷରୁ ଦକ୍ଷିଣ ଚୀନ ସାଗରରେ ସର୍ଭେ ପୋତ ପଠାଇବାର ପ୍ରାୟ 1 ସପ୍ତାହ ମଧ୍ୟରେ ଏହି କ୍ଷେତ୍ରରେ ଚୀନର ଜାହାଜ ଦୃଶ୍ୟମାନ ହୋଇଛି । ଭିଏତନାମ ତେଲ ଶୋଧକ ବ୍ଲକର 30 ମାଇଲ ଭିତରେ ଚୀନର ତଟରକ୍ଷକ ଜାହାଜ 5402 କୁ ଦେଖିବାକୁ ମିଳିଛି । ଏହି ଜାହାଜ ବ୍ଲକ 06.01 ନିକଟରେ ପାଟ୍ରୋଲିଂ କରୁଥିଲା ।