ଓଡିଶା

odisha

ଆଫଗାନିସ୍ତାନର ଦୁଃଖ: ତାଲିବାନୀ ଆକ୍ରମଣ ଓ କୋରୋନା ଆକ୍ରାନ୍ତ

ବୁଧବାର ଦେଶରେ ନୂଆ 168ଟି ମାମଲା ବାହାରିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3392ରେ ପହଞ୍ଚିଛି । ଅଧିକ ପଢନ୍ତୁ...

By

Published : May 6, 2020, 7:44 PM IST

Published : May 6, 2020, 7:44 PM IST

ଆଫଗାନିସ୍ତାନର ଦୁଃଖ: ତାଲିବାନୀ ଆକ୍ରମଣ ଓ କୋରୋନା ଆକ୍ରାନ୍ତ
ଆଫଗାନିସ୍ତାନର ଦୁଃଖ: ତାଲିବାନୀ ଆକ୍ରମଣ ଓ କୋରୋନା ଆକ୍ରାନ୍ତ

କାବୁଲ: ବର୍ତ୍ତମାନ ପରିସ୍ଥିତିରେ ଆଫଗାନିସ୍ତାନରେ କୋରୋନା ସଙ୍କଟ ଧିରେ ଧିରେ ବଢିବାରେ ଲାଗିଛି । ପ୍ରତିଦିନ ଶହ ଶହ ଆକ୍ରାନ୍ତ ବାହାରିବାରେ ଲାଗିଛନ୍ତି । ସେପଟେ ବେଡି ଉପରେ କୋରୋଡା ମାଡ ଭଳି ତାଲିବାନୀ ଆକ୍ରମଣ ମଧ୍ୟ ବଢିବାରେ ଲାଗିଛି ।

ବୁଧବାର ଦେଶରେ ନୂଆ 168ଟି ମାମଲା ବାହାରିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3392ରେ ପହଞ୍ଚିଛି । ସେହିପରି 24 ଘଣ୍ଟାରେ 9 ଜଣଙ୍କ ମୃତ୍ୟୁ ହେବା ସହ 31 ଜଣ ସୁସ୍ଥ ହୋଇଛନ୍ତି । ଆଫଗାନିସ୍ତାନରେ ଏପର୍ଯ୍ୟନ୍ତ ମୋଟ 104 ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି 458 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଦେଶରେ ଏବେ ସୁଦ୍ଧା 13 ହଜାର ଟେଷ୍ଟ ହୋଇସାରିଛି ।

ସେପଟେ କୋରୋନା ବିପତ୍ତି ସହ ସରକାରଙ୍କୁ ଘାରିଛି ତାଲିବାନୀ ଚିନ୍ତା । ନିକଟରେ ତାଲିବାନ-ୟୁଏସ ଚୁକ୍ତି ଅନୁସାରେ ସରକାର ଅନେକ ତାଲିବାନୀ କଏଦୀଙ୍କୁ ମୁକ୍ତ କରିଛନ୍ତି । ତଥାପି ତାଲିବାନମାନେ ଆକ୍ରମଣ ଜାରି ରଖିଛନ୍ତି । କିଛିଦିନ ତଳେ ହୋଇଥିବା ତାଲିବାନୀ ଆଟାକରେ ଅନେକ ଆଫଗାନ ସୈନ୍ୟ ପ୍ରାଣ ହରାଇଥିଲେ । ତେବେ ସରକାର ରମଜାନରେ ଅସ୍ତ୍ରବିରତି ପ୍ରସ୍ତାବ ଦେଇଥିଲେ ମଧ୍ୟ ତାଲିବାନ ଏହାକୁ ଖଣ୍ଡନ କରିଦେଇଥିଲେ ।

ABOUT THE AUTHOR

...view details