ଓଡିଶା

odisha

By

Published : Dec 14, 2021, 12:42 PM IST

Updated : Dec 14, 2021, 2:26 PM IST

ETV Bharat / international

ଇଣ୍ଡୋନେସିଆରେ ବଡ ଧରଣର ଭୂକମ୍ପ, ଟଳିଲା ସୁନାମି

ଇଣ୍ଡୋନେସିଆରେ 7.6 ତୀବ୍ରତାର ଭୂକମ୍ପ ଝଟକା ( Earthquake in Indonesia) । ସୁନାମି ଆସିବା ଆଶଙ୍କା କରି ପ୍ରଶାସନ ତରଫରୁ ସତର୍କ ସୂଚନା ଜାରି କରାଯାଇଥିଲା । ପୁଣି କିଛି ସମୟ ପରେ ପ୍ରତ୍ୟାହାର କରାଯାଇଛି। ଅଧିକ ପଢନ୍ତୁ

ଇଣ୍ଡୋନେସିଆରେ ବଡ ଧରଣର ଭୂକମ୍ପ, ଟଳିଲା ସୁନାମି
ଇଣ୍ଡୋନେସିଆରେ ବଡ ଧରଣର ଭୂକମ୍ପ, ଟଳିଲା ସୁନାମି

ଜାକର୍ତ୍ତା:ଇଣ୍ଡୋନେସିଆରେ ବଡ ଧରଣର ଭୂକମ୍ପ ଝଟକା ( Earthquake in Indonesia)। ଇଣ୍ଡୋନେସିଆର ଉତ୍ତର ମାଉମେର ଠାରେ ଭୂକମ୍ପ ହୋଇଥିବାବେଳେ ଏହାର ତୀବ୍ରତା 7.6 ଥିବା ରେକର୍ଡ କରାଯାଇଛି । ଭୂକମ୍ପ ପରେ ଇଣ୍ଡୋନେସିଆରେ ବ୍ୟାପକ କ୍ଷୟକ୍ଷତି ଆକଳନ କରାଯାଉଛି । ଏଥିସହ ଫ୍ଲୋରସ ସାଗର ନିକଟରେ ଥିବା ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ଆସିବା ନେଇ ପ୍ରଥମେ ପ୍ରଶାସନ ତରଫରୁ ସତର୍କ ଜାରି କରାଯାଇଥିଲା କିନ୍ତୁ କିଛି ସମୟରେ ଏହାକୁ ପ୍ରତ୍ୟାହାର କରିନିଆଯାଇଛି ।

ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର ମାଉମେର ଠାରୁ 95 କିମି ଦୂରରେ । ଏହାର ଗଭୀରତା 75.9 କିଲୋମିଟର ଥିବା ରେକର୍ଡ କରାଯାଇଛି । ଏହାର ଦକ୍ଷିଣ ଅକ୍ଷାଂଶ 7.758 ଡିଗ୍ରୀ ହୋଇଥିବା ବେଳେ 122.313 ପୂର୍ବ ଦ୍ରାଘିମା ବୋଲି ଜଣାପଡିଛି । ପ୍ୟାସିଫିକ ସୁନାମି ଓ୍ବାର୍ଣ୍ଣିଂ ସେଣ୍ଟର ତରଫରୁ ସୂଚନା ଦିଆଯାଇ କୁହାଯାଇଛି ଯେ ଏହାର ପ୍ରଭାବରେ ଭୂକମ୍ପର କେନ୍ଦ୍ରସ୍ଥଳ ଠାରୁ ଉପକୂଳରେ ଥିବା 100 କଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ବଡ ବଡ ଢେଉ ମାଡିଆସିବାର ଆଶଙ୍କା କରାଯାଉଛି । ଏନେଇ ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Last Updated : Dec 14, 2021, 2:26 PM IST

ABOUT THE AUTHOR

...view details