ଓଡିଶା

odisha

ETV Bharat / international

କାବୁଲ ଏୟାରପୋର୍ଟରେ ଦଳାଚକଟା, ୭ ଆଫଗାନି ମୃତ

ତାଲିବାନଙ୍କ କବଳରୁ ଖସିବା ପାଇଁ କାବୁଲ ଏୟାରପୋର୍ଟରେ ଭିଡ଼ ଜମାଇଛନ୍ତି ଅନେକ ଲୋକେ । ଏହି ଦଳାଚକଟା ମଧ୍ୟରେ ୭ ଜଣ ଆଫଗାନିସ୍ତାନ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

By

Published : Aug 22, 2021, 12:27 PM IST

କାବୁଲ ଏୟାରପୋର୍ଟରେ ଦଳାଚକଟା, ୭ ଆଫଗାନି ମୃତ
କାବୁଲ ଏୟାରପୋର୍ଟରେ ଦଳାଚକଟା, ୭ ଆଫଗାନି ମୃତ

ହାଇଦ୍ରାବାଦ:ତାଲିବାନ ଭୟରେ ଆଫଗାନିସ୍ତାନରେ ପଡ଼ିଛି ହାହାକାର । ତାଲିବାନ ଆତଙ୍କବାଦୀଙ୍କଠାରୁ ରକ୍ଷା ପାଇବା ପାଇଁ ଅନେକ ଦେଶ ଛାଡ଼ି ଅନ୍ୟତ୍ର ପଳାୟନ କରୁଛନ୍ତି । ଏଥିଲାଗି କାବୁଲ ଏୟାରପୋର୍ଟରେ ଦେଖିବାକୁ ମିଳିଛି ଲୋକଙ୍କ ପ୍ରବଳ ଭିଡ଼ । ଏହି ଦଳାଚକଟା ମଧ୍ୟରେ ୭ ଜଣ ଆଫଗାନିସ୍ତାନ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଦୀର୍ଘ ୨୦ ବର୍ଷ ସଂଘର୍ଷ କରିବା ପରେ ପୁଣି ଆଫଗାନିସ୍ତାନକୁ ଫେରିଛନ୍ତି ତାଲିବାନ ଆତଙ୍କବାଦୀ । ଆଉ ଦେଶରେ ଚଲାଇଛନ୍ତି ଆତଙ୍କୀରାଜ । ଏହି କ୍ରୁର ତାଲିବାନଙ୍କ କବଳରୁ ଖସି ସ୍ବାଧୀନ ଜୀବନ ବିତାଇବା ପାଇଁ ଆଫଗାନିସ୍ତାନରେ ଥିବା ଅନେକ ବିଦେଶୀ ଓ ଦେଶବାସୀ ନିଜ ଭିଟାମାଟି ଛାଡ଼ିବାକୁ ମଧ୍ୟ ପଛାଇ ନାହାନ୍ତି । ସେପଟେ ଆଫଗାନିସ୍ତାନରେ ଫସିଥିବା ନିଜ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଅନେକ ଦେଶର ସରକାର ପ୍ରୟାସ ଜାରି ରଖିଛନ୍ତି ।

କାବୁଲ ବିମାନ ବନ୍ଦରରେ ପ୍ରବଳ ଭିଡ଼ ଜମିଛି । ଲୋକମାନେ ବିମାନରେ ଝୁଲିଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ତେବେ ଭିଡ଼କୁ ରୋକି ଲୋକଙ୍କୁ ସୁରକ୍ଷିତ ନିଜ ଦେଶକୁ ପହଞ୍ଚାଇବା ପାଇଁ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଚେଷ୍ଟା କରୁଛି ବୋଲି ଜଣାପଡ଼ିଛି । ଗତ ଏକ ସପ୍ତାହ ପୂର୍ବରୁ କାବୁଲକୁ ନିଜ ଅକ୍ତିଆରକୁ ନେଇଥିଲା ତାଲିବାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details