ଓଡିଶା

odisha

ETV Bharat / international

ଚୀନ କିଣ୍ଡରଗାର୍ଟେନରେ ଛୁରୀରେ ଆକ୍ରମଣ, 39 ଆହତ

କୋରୋନା ପ୍ରଭାବ ସାମାନ୍ୟ ସୁଧୁରିଥିବାବେଳେ ଚୀନରେ ଦେଖାଦେଇଛି ଆତଙ୍କର ରାଜ । ଗୁରୁବାର ସ୍ଥାନୀୟ ଗୁଆଙ୍ଗସି ଜୁଆଙ୍ଗ ସ୍ବୟଂଚାଳିତ ପ୍ରାନ୍ତରେ ଏକ କିଣ୍ଡରଗାର୍ଟେନରେ ଛୁରୀରେ ଆକ୍ରମଣ ହୋଇଥିବା ଜଣାପଡିଛି ।

knife attack in china kindergarten, china kindergarten attack, china latest news, knife attack, ଚୀନ କିଣ୍ଡରଗାର୍ଟେନରେ ଛୁରୀରେ ଆକ୍ରମଣ, ଚୀନ କିଣ୍ଡରଗାର୍ଟେନରେ ଆକ୍ରମଣ, ଚୀନ ଲାଟେଷ୍ଟ ନ୍ୟୁଜ୍‌, ଛୁରୀରେ ଆକ୍ରମଣ
ଚୀନ କିଣ୍ଡରଗାର୍ଟେନରେ ଛୁରୀରେ ଆକ୍ରମଣ, 39 ଆହତ

By

Published : Jun 4, 2020, 5:32 PM IST

ବେଜିଂ: କୋରୋନା ପ୍ରଭାବ ସାମାନ୍ୟ ସୁଧୁରିଥିବାବେଳେ ଚୀନରେ ଦେଖାଦେଇଛି ଆତଙ୍କର ରାଜ । ଗୁରୁବାର ସ୍ଥାନୀୟ ଗୁଆଙ୍ଗସି ଜୁଆଙ୍ଗ ସ୍ବୟଂଚାଳିତ ପ୍ରାନ୍ତରେ ଏକ କିଣ୍ଡରଗାର୍ଟେନରେ ଛୁରୀରେ ଆକ୍ରମଣ ହୋଇଥିବା ଜଣାପଡିଛି । ସମ୍ପୃକ୍ତ ଘଟଣାରେ କିଣ୍ଡରଗାର୍ଟେନର 37 ଜଣ ଶିଶୁ ଓ 2 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆହତ ହୋଇଥିବା ଜଣାପଡିଛି ।

ଘଟଣାରେ କିଣ୍ଡରଗାର୍ଟେନର ଜଣେ ସୁରକ୍ଷାକର୍ମୀ ସମ୍ପୃକ୍ତ ଥିବା ଜଣାପଡିଛି । କିଣ୍ଡରଗାର୍ଟେନଟି କାଙ୍ଗବୁ କାଉଣ୍ଟିର ସେଣ୍ଟ୍ରାଲ ସ୍କୁଲ ଅଫ ୱାଙ୍ଗଫୁ ଟାଉନସିପ୍‌ ଅନ୍ତର୍ଭୁକ୍ତ ରହିଥିବା ସୂଚନା ରହିଛି । ତେବେ ଆକ୍ରମଣରେ ଆହତ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ଜଣା ପଡିଛି ।

ଘଟଣା ପଛରେ ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ଜାରି ରହିଛି ।

@IANS

ABOUT THE AUTHOR

...view details