ଢାକା: ଭାରତରେ ଫସିଥିବା ନିଜ ନାଗରିକଙ୍କୁ ଏବେ ଫେରାଇ ନେଉଛନ୍ତି ବିଭିନ୍ନ ପଡୋଶୀ ଦେଶ । ଶ୍ରୀଲଙ୍କା, ଭୁଟାନ ପରେ ଏବେ ବାଂଲାଦେଶ ଏହି ତାଲିକାରେ ସାମିଲ ହୋଇଛି । ଭାରତରେ ଅଟକି ରହିଥିବା ନିଜର 241 ନାଗରିକଙ୍କୁ ଶୁକ୍ରବାର ଏହା ଫେରାଇ ନେଇଛି ।
ଭାରତରେ ଫସିଥିବା 241 ବାଂଲାଦେଶୀ ଫେରିଲେ ସ୍ବଦେଶ - ଭାରତରୁ ସ୍ବଦେଶ ଫେରିଲେ ବାଂଲାଦେଶୀ
ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଦିଲ୍ଲୀରେ ପ୍ରାୟ 2500 ବାଂଲାଦେଶୀ ଲକଡାଉନ ଯୋଗୁଁ ଫସି ରହିଛନ୍ତି । 2ଟି ସ୍ବତନ୍ତ୍ର ବିମାନରେ ଏମାନଙ୍କୁ କୋଲକାତା ଓ ଚେନ୍ନାଇରୁ ଫେରାଇ ନିଆଯାଇଛି । ଅଧିକ ପଢନ୍ତୁ...
2ଟି ସ୍ବତନ୍ତ୍ର ବିମାନରେ ଏମାନଙ୍କୁ କୋଲକାତା ଓ ଚେନ୍ନାଇରୁ ଫେରାଇ ନିଆଯାଇଛି । ବିମାନ ବାଂଲାଦେଶ ଏୟାରଲାଇନ୍ସର ସ୍ବତନ୍ତ୍ର ବିମାନରେ 73 ଜଣ ବାଂଲାଦେଶୀ କୋଲକାତାରୁ ଢାକାର ହଜରତ ଶାହାଜଲାଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅପରାହ୍ନ 4ଟା 10ରେ ପହଞ୍ଚିଥିଲେ । ସେହିପରି ଢାକା ଏୟାରପୋର୍ଟରେ ୟୁଏସ-ବାଂଲାଦେଶ ଏୟାରଲାଇନ୍ସର ସ୍ବତନ୍ତ୍ର ବିମାନରେ 168 ବାଂଲାଦେଶୀ ଚେନ୍ନାଇରୁ ଅପରାହ୍ନ 2ଟା 55ରେ ଫେରିଥିଲେ । ବାଂଲାଦେଶ ହାଇ କମିଶନରଙ୍କ ଉଦ୍ୟମରେ ଭାରତରୁ ଏପର୍ଯ୍ୟନ୍ତ ପ୍ରାୟ 1052 ବାଂଲାଦେଶୀଙ୍କ ପ୍ରତ୍ୟାବର୍ତ୍ତନ ଘରୋଇ ବିମାନ ଚଳାଚଳ କମ୍ପାନୀଙ୍କ ଦ୍ବାରା ସମ୍ପୂର୍ଣ୍ଣ ହୋଇଛି ।
ସୂଚନାଯୋଗ୍ୟ ଯେ ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଦିଲ୍ଲୀରେ ପ୍ରାୟ 2500 ବାଂଲାଦେଶୀ ଲକଡାଉନ ଯୋଗୁଁ ଫସି ରହିଛନ୍ତି । ଏମାନଙ୍କ ମଧ୍ୟରେ ଛାତ୍ର, ପର୍ଯ୍ୟଟକ ସାମିଲ ଅଛନ୍ତି । ଏପ୍ରିଲ 27ରେ ବିମାନ ବାଂଲାଦେଶ ଏୟାରଲାଇନ୍ସ ସମସ୍ତ ବାଂଲାଦେଶୀଙ୍କୁ ଭାରତରୁ ଫେରାଇ ଆଣିବ ବୋଲି ସୂଚନା ଦେଇଥିଲା । ମେ 2 ଓ 3ରେ ଦିଲ୍ଲୀ ଓ ମୁମ୍ବାଇରୁ ଆହୁରି ଅନେକ ନାଗରିକଙ୍କୁ ଏହା ସ୍ବଦେଶ ଫେରାଇ ଆଣିବ । ଏପର୍ଯ୍ୟନ୍ତ ଘରୋଇ ଓ ସରକାରୀ ବିମାନ କମ୍ପାନୀଙ୍କ ଦ୍ବାରା ପ୍ରାୟ 1289 ବାଂଲାଦେଶୀ ସ୍ବଦେଶ ଫେରିଆସିଛନ୍ତି ।