କାଇରୋ: ଯୁଦ୍ଧ ପ୍ରବଣ ଦେଶ ଭାବେ ଜଣା ଯାଉଥିବା ୟେମେନରେ ବି କୋରୋନାର କାୟା । ଶୁକ୍ରବାର ଏଠାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ନାହିଁ ନଥିବା ଡର । ତେବେ ଦେଶରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଦେଶର କୋଭିଡ-19 କମିଟି ଟ୍ବିଟ ଜରିଆରେ ସୂଚନା ଦେଇଛି ।
କୋରୋନା କବଳରେ ୟେମେନ, ପ୍ରଥମ ଆକ୍ରାନ୍ତ ଚିହ୍ନଟ - କୋରୋନା ମହାମାରୀ
ଯୁଦ୍ଧ ପ୍ରବଣ ଦେଶ ଭାବେ ଜଣା ଯାଉଥିବା ୟେମେନରେ ବି କୋରୋନାର କାୟା । ଶୁକ୍ରବାର ଏଠାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ନାହିଁ ନଥିବା ଡର ।
ଏହି ଟ୍ବିଟ ଅନୁଯାୟୀ ଦେଶରେ ଚିହ୍ନଟ ହୋଇଥିବା ପ୍ରଥମ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଅନ୍ୟପଟେ ଦେଶରେ ବିଗତ 5 ବର୍ଷ ଧରି ଯୁଦ୍ଧ ସ୍ଥିତି ଲାଗି ରହିଥିବାରୁ ବିଗିଡିଛି ଦେଶରେ ସ୍ବାସ୍ଥ୍ୟ ସେବା । ଅନେକ ଡାକ୍ତରଖାନା ବନ୍ଦ ପଡିଥିବା ବେଳେ ଦାରିଦ୍ର୍ୟରେ ଅଧାରୁ ଅଧିକ ଲୋକେ ଡହଳ ବିକଳ । ସେଥିରେ ପୁଣି ପାଣିର ଅଭାବ ଚିନ୍ତାକୁ ଦ୍ବିଗୁଣିତ କରୁଛି ।
ଏମିତିରେ ଯଦି ଅନ୍ୟ ଦେଶ ପରି ୟେମେନରେ ବି କୋରୋନା ନିଜ କାୟା ବିସ୍ତାର କରିବା ଆରମ୍ଭ କରିବ ତେବେ ଏହା ବହୁତ ବଡ ବିପଦ ଆଣିବ ବୋଲି କୁହାଯାଉଛି ।