ଓଡିଶା

odisha

ETV Bharat / international

ଆଫଗାନିସ୍ତାନରେ ବିମାନ ଆକ୍ରମଣ: 17 ପୋଲିସ ମୃତ

ଦକ୍ଷିଣ ଆଫଗାନିସ୍ତାନର ହେଲମଣ୍ଡ ପ୍ରାନ୍ତର ରାଜଧାନୀ ଲସ୍କର ଗାହ ଇଲାକାରେ ତାଲିବାନ ଆତଙ୍କବାଦୀଙ୍କ ସହ ସଂଘର୍ଷ ବେଳେ ଭୁଲରେ ହୋଇଥିବା ବିମାନ ଆକ୍ରମଣରେ ୧୭ ଜଣ ଆଫଗାନିସ୍ତାନ ପୋଲିସ କର୍ମୀଙ୍କ ମୃତ୍ୟୁ ହେବା ସହ 14 ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ କର୍ମୀଙ୍କ ମୃତ୍ୟୁ ଘଟଣାରେ ହେଲମଣ୍ଡ ଗଭର୍ଣ୍ଣର ମହମ୍ମଦ ୟାସିନ ବିମାନ ଆକ୍ରମଣର ତଦନ୍ତ ନିର୍ଦେଶ ଦେଇଛନ୍ତି ।

ଫାଇଲ ଫଟୋ

By

Published : May 17, 2019, 4:44 PM IST

କାବୁଲ: ଦକ୍ଷିଣ ଆଫଗାନିସ୍ତାନରେ ଭୟଙ୍କର ବିମାନ ଆକ୍ରମଣ । ହେଲମଣ୍ଡ ପ୍ରାନ୍ତର ରାଜଧାନୀ ଲସ୍କର ଗାହ ଇଲାକାରେ ତାଲିବାନ ଆତଙ୍କବାଦୀଙ୍କ ସହ ସଂଘର୍ଷ ବେଳେ ଭୁଲରେ ହୋଇଥିବା ବିମାନ ଆକ୍ରମଣରେ ୧୭ ଜଣ ଆଫଗାନିସ୍ତାନ ପୋଲିସ କର୍ମୀଙ୍କ ମୃତ୍ୟୁ ହେବା ସହ 14 ଜଣ ଗୁରୁତର ଆହତ ହୋଇଛନ୍ତି ।


ଏହି ଘଟଣାରେ ଆଫଗାନ ପ୍ରାନ୍ତୀୟ ପରିଷଦ ମୁଖ୍ୟ ଉତାଉଲ୍ଲା ଆଫ୍‌ଗାନ କହିଛନ୍ତି ଯେ ଲସ୍କର ଗାହ ସହର ନିକଟରେ ବୁଧବାର ତାଲିବାନ ଆତଙ୍କବାଦୀ ଓ ଆଫଗାନ ପୋଲିସ୍‍ଙ୍କ ମଧ୍ୟରେ ସଂଘର୍ଷ ସମୟରେ ଭୁଲ ବଶଃତ ଏହି ବିମାନ ଆକ୍ରମଣ ହୋଇଥିଲା । ଏଥିରେ 17 ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ 14 ଗୁରୁତର ଆହତ ହୋଇଛନ୍ତି ।

ଏହି ବିମାନ ଆକ୍ରମଣ ପରେ ତୁରନ୍ତ ଏହା ଆମେରିକା ଓ ଆଫଗାନିସ୍ତାନ କାହା ପକ୍ଷରୁ ହୋଇଛି ବୋଲି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସୂଚନା ଯେ ବର୍ତ୍ତମାନ ପରିସ୍ଥିତିରେ ଆଫଗାନ ସେନାକୁ ଆମେରିକାର ସମର୍ଥନ ରହିଛି ।

17ରୁ ଅଧିକ ପୋଲିସ କର୍ମୀଙ୍କ ମୃତ୍ୟୁ ଘଟଣାରେ ହେଲମଣ୍ଡ ଗଭର୍ଣ୍ଣର ମହମ୍ମଦ ୟାସିନ ବିମାନ ଆକ୍ରମଣର ତଦନ୍ତ ନିର୍ଦେଶ ଦେଇଛନ୍ତି । ଏହି ବିମାନ ଆକ୍ରମଣରେ ତାଲିବାନ ପକ୍ଷରୁ ଆମେରିକାକୁ ଦାୟୀ କରାଯାଇଛି ।

ABOUT THE AUTHOR

...view details