ଓଡିଶା

odisha

ETV Bharat / international

ଚାଟ୍ ଫିଚରରୁ ଜିଫି ହଟାଇଲା ଜୁମ୍

କମ୍ପାନୀ ନିକଟରେ ନିଜର ଲାଟେଷ୍ଟ ସିକ୍ୟୁରିଟି ଅପଡେଟ୍ ସମ୍ପର୍କରେ ପ୍ରକାଶ କରିଛି । ଏଥିରେ ସ୍କ୍ରିନ ସେୟାରିଂକୁ କମ କରାଯାଇଛି । ଅଧିକ ପଢନ୍ତୁ...

By

Published : May 26, 2020, 7:05 PM IST

ଚାଟ୍ ଫିଚରରୁ ଜିଫି ହଟାଇଲା ଜୁମ୍
ଚାଟ୍ ଫିଚରରୁ ଜିଫି ହଟାଇଲା ଜୁମ୍

ୱାଶିଂଟନ: ଜୁମ୍ ଆପ ପକ୍ଷରୁ ଚାଟ୍ ଫିଚରରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏଠାରୁ ଜିଆଇଏଫ୍ ପ୍ଲାଟଫର୍ମର ଜିଫି ଫିଚରକୁ ହଟାଯାଇଛି । ଏନେଇ କମ୍ପାନୀ ଏକ ବ୍ଲଗ୍ ପୋଷ୍ଟରେ ସୂଚନା ଦେଇଛି ।

ସୁରକ୍ଷାଜନିତ କାରଣରୁ ଏପରି ପଦକ୍ଷେପ ନେଇଛି କମ୍ପାନୀ । ଅତିରିକ୍ତ ଟେକ୍ନିକାଲ ଓ ସିକ୍ୟୁରିଟି ପଦକ୍ଷେପ ନିଆଯିବା ପରେ ପୁଣିଥରେ ଏହାକୁ ଫିଚରରେ ଆଡ୍ କରାଯିବ ବୋଲି କମ୍ପାନୀ କହିଛି । ଏହାର ବ୍ୟବହାରରେ କିଛି ସମସ୍ୟା ଓ ଖରାପ ଦିଗରେ ବ୍ୟବହାର ଯୋଗୁଁ ଏପରି ନିଷ୍ପତ୍ତି ନେଇଛି କମ୍ପାନୀ ।

ଏହାସହ କମ୍ପାନୀ ନିକଟରେ ନିଜର ଲାଟେଷ୍ଟ ସିକ୍ୟୁରିଟି ଅପଡେଟ୍ ସମ୍ପର୍କରେ ପ୍ରକାଶ କରିଛି । ଏଥିରେ ସ୍କ୍ରିନ ସେୟାରିଂକୁ କମ କରାଯାଇଛି । ପ୍ରୋଗ୍ରାମକୁ ମ୍ୟୁଟ୍ ଓ ଅନମ୍ୟୁଟ୍ କରିବାର ଅପସନ ମଧ୍ୟ ଦିଆଯାଇଛି ।

ପ୍ରକାଶ ଥାଉ କି ଜିଫି ଫେସବୁକ୍ ଦ୍ବାରା ଅଧିକୃତ । ଏହାର ମାଲିକାନା 300 ମିଲିୟନ ଆମେରିକୀୟ ଡଲାର ଦେଇ ଫେସବୁକ୍ କିଣିଛି । ଏହାକୁ ଇନଷ୍ଟାଗ୍ରାମରେ ଇନଷ୍ଟଲ କରିବାର ଯୋଜନା ମଧ୍ୟ ରଖିଛି ଏହି ସୋସିଆଲ ମିଡିଆ ସାଇଟ୍ ।

ABOUT THE AUTHOR

...view details