ଓଡିଶା

odisha

ETV Bharat / international

କୋରୋନା ଲଢେଇ; ଖାଦ୍ୟପେୟକୁ ନେଇ ପ୍ରଥମ ଥର ଗାଇଡଲାଇନ ଜାରି କଲା WHO - ଖାଦ୍ୟପେୟକୁ ନେଇ ଗାଇଡଲାଇନ ଜାରି କଲା WHO

କୋରୋନାକୁ ନେଇ ସାରା ବିଶ୍ବ ଅସ୍ତବ୍ୟସ୍ତ ହୋଇପଡିଛି । ଦୂରେଇ ଯାଇଛି ସ୍ବାଭାବିକ ଜୀବନଯାପନ । ବର୍ତ୍ତମାନ କେବଳ ସତର୍କତା ଓ ସଚେତନତା ଅବଲମ୍ବନ କରାଯାଉଛି । ଏଭଳି ସ୍ଥିତିରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଆହାର ଉପରେ ଗୁରୁତ୍ବାରୋପ କରିଛି । ଅଧିକ ପଢନ୍ତୁ...

ଖାଦ୍ୟପେୟକୁ ନେଇ ପ୍ରଥମ ଥର ଗାଇଡଲାଇନ ଜାରି କଲା WHO
ଖାଦ୍ୟପେୟକୁ ନେଇ ପ୍ରଥମ ଥର ଗାଇଡଲାଇନ ଜାରି କଲା WHO

By

Published : May 11, 2020, 2:40 PM IST

ୱାଶିଂଟନ: ପ୍ରଥମ ଥର କୋରୋନାକୁ ନେଇ ଖାଦ୍ୟପେୟ ଉପରେ ଗୁରୁତ୍ବ ଦେବାକୁ କହିଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ପୂର୍ବରୁ କୋଭିଡ 19କୁ ନେଇ ବହୁ ଗାଇଡ ଲାଇନ ଜାରି କରିଥିବାବେଳେ ପ୍ରଥମ ଥର ଖାଦ୍ୟ ଉପରେ ଗାଇଡ ଲାଇନ ଜାରି କରିଛି । ଏହି ନିର୍ଦ୍ଦେଶାବଳୀକୁ ଦୈନନ୍ଦିନ ଜୀବନରେ ଆପଣାଇବାକୁ ପରାମର୍ଶ ଦିଆଯାଇଛି ।

ଡବ୍ଲ୍ୟୁଏଚ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି, ଖାଦ୍ୟ ପ୍ରସ୍ତୁତ ପୂର୍ବରୁ କିମ୍ବା ପରେ ବାରମ୍ବାର ହାତକୁ ଧୋଇବା ଆବଶ୍ୟକ । ପରିବା କିଣି ଆଣିବା ପରେ ସେଗୁଡିକୁ ପରିଷ୍କାର ପାଣିରେ ଧୋଇବା ପରେ ବ୍ୟବହାର କରିବା ଉଚିତ । ଏହା ବ୍ୟତୀତ ଶୌଚ ପରେ ଭଲ ଭାବରେ ହାତ, ଗୋଡ ଧୋଇବା ଆବଶ୍ୟକ ।

କୋରୋନା ଲଢେଇ

ଏପରିକି ପିନ୍ଧିଥିବା ବସ୍ତ୍ର, ବାସନକୁସନ ଆଦିରେ ସୂକ୍ଷ୍ମଜୀବ ରହିଥାନ୍ତି । ଯଦି ଏମାନେ ଖାଦ୍ୟ ସାମଗ୍ରୀ ସଂସ୍ପର୍ଶରେ ଆସେ ତେବେ ରୋଗ ହୋଇପାରେ । କଞ୍ଚା ମାଛ, ମାଂସ କିମ୍ବା ସି-ଫୁଡ ଖାଦ୍ୟ ପଦାର୍ଥକୁ ରନ୍ଧା ଖାଦ୍ୟ ଠାରୁ ଦୂରେଇ ରଖନ୍ତୁ । କଞ୍ଚା ମାଂସକୁ କାଟିବା ପାଇଁ ଅଲଗା ଛୁରୀ ଓ ପାତ୍ରର ବ୍ୟବହାର କରନ୍ତୁ । ଏହା ସହ ରନ୍ଧା ଖାଦ୍ୟ ଯେପରି କୌଣସି କଞ୍ଚା ମାଂସ କିମ୍ବା ଖାଦ୍ୟ ପଦାର୍ଥ ସଂସ୍ପର୍ଶରେ ନ ଆସେ ।

କୋରୋନା ଲଢେଇ

କଞ୍ଚା ଖାଦ୍ୟ ବିଶେଷ କରି ମାଂସ, ଅଣ୍ଡା କିମ୍ବା ସି-ଫୁଡ ଆଦି ମଣିଷ ଶରୀର ପାଇଁ ସୂକ୍ଷ୍ମଜୀବ ଥାଇପାରନ୍ତି । ଯାହା ସିଧାସଳଖ ଆପଣଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି କରିପାରେ । ଖାଦ୍ୟକୁ ଭଲ ଭାବରେ ରାନ୍ଧନ୍ତୁ, ବିଶେଷ କରି ମାଂସ, ଅଣ୍ଡା, ସି-ଫୁଡ ଖାଦ୍ୟ । ସେମାନଙ୍କୁ 70 ° C ରେ ଫୁଟାନ୍ତୁ ଏବଂ ଭଲ ରାନ୍ଧନ୍ତୁ । ତେବେ ସୁପ କରୁଥିଲେ ବିଶେଷ ଧ୍ୟାନ ରଖନ୍ତି ଯେମିତି ଏହାର ରଙ୍ଗ ଗୋଲାପୀ ନ ଦିଶେ । ଖାଦ୍ୟକୁ ଖାଇବା ପୂର୍ବରୁ ପୁଣି ଥରେ ଗରମ କରନ୍ତୁ । କାରଣ 70 ° C ରେ ଫୁଟାଇବା ଦ୍ବାରା ସମସ୍ତ ଜୀବାଣୁ ନଷ୍ଟ ହୋଇଥାଏ ।

କୋରୋନା ଲଢେଇ

ରନ୍ଧା ଖାଦ୍ୟକୁ ରୁମ୍ ତାପମାତ୍ରାରେ 2 ଘଣ୍ଟାରୁ ଅଧିକ ସମୟ ଛାଡନ୍ତୁ ନାହିଁ । ରନ୍ଧା ଖାଦ୍ୟକୁ ଉପଯୁକ୍ତ ତାପମାତ୍ରାରେ ଫ୍ରିଜରେ ରଖନ୍ତୁ । ଖାଦ୍ୟ ପରଷିବା ପୂର୍ବରୁ ଏହାକୁ ଅତି କମରେ 60 ° C ତାପମାତ୍ରାରେ ଭଲ ଭାବରେ ଗରମ କରନ୍ତୁ । ତେବେ ଖାଦ୍ୟକୁ ଅଧିକ ସମୟ ଧରି ଫ୍ରିଜରେ ରଖନ୍ତୁ ନାହିଁ । କାରଣ ରୁମ ତାପମାତ୍ରାରେ ସୂକ୍ଷ୍ମଜୀବ ଦ୍ରୁତ ଗତିରେ ବଢିଥାନ୍ତି । 5 ଡିଗ୍ରୀରୁ 60 ଡିଗ୍ରୀରୁ ଅଧିକ ଏହି ସୂକ୍ଷଜୀବ ବଢିବା ବନ୍ଦ କରି ଦିଅନ୍ତି । ତେବେ କେତେକ ଜୀବାଣୁ 5 ଡିଗ୍ରୀରୁ କମ ରେ ସକ୍ରିୟ ଥିବା ନଜର ରହିଛି ।

ଡବ୍ଲ୍ୟୁଏଚଓ ପିଇବା ପାଇଁ ଉପରେ ମଧ୍ୟ ବିଶେଷ ଗୁରୁତ୍ବରୋପ କରିଛି । ପିଇବା ଓ ରାନ୍ଧିବା ପାଇଁ ସର୍ବଦା ବିଶୁଦ୍ଧ ଜଳ ବ୍ୟବହାର କରନ୍ତୁ । ଯଦି ସମ୍ଭବ,ପାଣି ଫୁଟାଇ ପିଅନ୍ତୁ। ପନିପରିବା ଏବଂ ଫଳକୁ ରୋଷେଇ କିମ୍ବା ଖାଇବା ପୂର୍ବରୁ ଭଲ ଭାବରେ ଧୋଇବାକୁ ପଡିବ । ସତେଜ ଓ ପୁଷ୍ଟିକର ଖାଦ୍ୟ ନିଅନ୍ତୁ ।

କଞ୍ଚାଫଳ, ବରଫ ଓ ପାଣିରେ ବିପଜ୍ଜନକ ସୂକ୍ଷ୍ମଜୀବ ରହିପାରନ୍ତି । ଯାହା ଆମ ଶରୀରରେ ପ୍ରବେଶ କରି ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ସେହିଭଳି ବାସି ଖାଦ୍ୟ ଶରୀରରେ ବିଷାକ୍ତ ରସାୟନ ସୃଷ୍ଟି କରିଥାଏ । ତେଣୁ ଖାଦ୍ୟକୁ ରୋଷେଇ ପୂର୍ବରୁ ଧୋଇ, ପରିଷ୍କାର କରିବା ଉଚିତ ।

ABOUT THE AUTHOR

...view details