ସାନ ଫ୍ରାନ୍ସିସ୍କୋ: ଭାରତରେ ଯୋଜନା ଅଧାରେ ରହିଯିବାରୁ ଫେସବୁକ ସିଇଓ ମାର୍କ ଜ୍ୟୁକରବର୍ଗ ବ୍ରାଜିଲର ହ୍ବାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଲଞ୍ଚ କରିଛନ୍ତି ନୂଆ ଟେକ୍ନୋଲୋଜି । ଏହି ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଏବେ ହ୍ବାଟ୍ସଆପ୍ରେ କରିହେବ ଟିଜିଟାଲ ପେମେଣ୍ଟ । ଏହି ଫିଚର ସାହାଯ୍ୟରେ ଏବେ ନିଜ ବନ୍ଧୁ ଓ ପରିବାରବର୍ଗଙ୍କୁ ହ୍ବାଟ୍ସଆପ ଜରିଆରେ ୟୁଜର୍ସ ପେମେଣ୍ଟ କରିପାରିବେ ବୋଲି ଜ୍ୟୁକରବର୍ଗ ସୂଚନା ଦେଇଛନ୍ତି ।
ଭାରତରେ ଏହି ଟେକ୍ନୋଲୋଜି ପ୍ରଥମେ ଲଞ୍ଚିଂ ନେଇ ଯୋଜନା ରହିଥିବା ବେଳେ 2018ରୁ ଏହାର ଟେଷ୍ଟିଂ ମଧ୍ୟ ଆରମ୍ଭ ହୋଇସାରିଥିଲା । ହେଲେ 400 ମିଲିୟନ ୟୁଜର୍ସଙ୍କ ବଢୁଥିବା ଚାହିଦା ଓ ନିର୍ଦ୍ଦିଷ୍ଟ ଡାଟା ବ୍ୟବହାର ସୀମା ରହିଥିବା କାରଣରୁ ଏହି ପ୍ରକ୍ରିୟା ଅଧାରେ ଅଟକି ରହିଥିଲା । ଫଳସ୍ବରୂପ ଏହାକୁ ବ୍ରାଜିଲରେ ପ୍ରଥମେ ଲଞ୍ଚ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା ।