କୋରୋନା ଭୂତାଣୁର ମୁକାବିଲା ପାଇଁ ବିଭିନ୍ନ ଦେଶରେ ଗବେଷଣା ଜାରି ରହିଛି । ଏହିକ୍ରମରେ ଆମେରିକାର ମାଉଣ୍ଟ ସିନାଇ ସ୍ଥିତ ଇକାନ ସ୍କୁଲ୍ ଅଫ ମେଡିସିନର ଏକ ଗବେଷକ ଟିମ୍ ଜେନସ୍କ୍ରିପଟ ସହଯୋଗରେ ସିନ୍ଥେଟିକ ଆଣ୍ଟିବଡି ବିକଶିତ କରୁଛନ୍ତି । ଏନେଇ ଏକ ବିବୃତି ଜାରି କରାଯାଇଛି । କୋଭିଡ ୧୯ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏହି ଆଣ୍ଟିବଡି ସହାୟକ ହୋଇପାରେ ।
ମଣିଷର ଫୁସଫୁସ କୋଷିକାରେ ଭାଇରସ ପ୍ରବେଶ ରୋକିବାକୁ ଏହି ଆଣ୍ଟିବଡି ବିକଶିତ କରାଯାଉଥିବା ବିବୃତିରେ କୁହାଯାଇଛି । ମଣିଷ କୋଷିକାରେ ଭାଇରସର ପ୍ରବେଶକୁ ରୋକିବା ହେଉଛି ଆଣ୍ଟିବଡିର କାମ । ଅତିରିକ୍ତ କୋଷିକାଗୁଡିକୁ ଭାଇରସ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏହି ଆଣ୍ଟିବଡି ପ୍ରୟୋଗ କରାଯାଇପାରେ । ବିଶ୍ବରେ କୋରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଡାକ୍ତରମାନେ ବ୍ୟବହାର କରୁଥିବା ପ୍ଲାଜମା ଥେରାପି ସହ ଆଣ୍ଟିବଡି ଚିକିତ୍ସାର ସାମଞ୍ଜସ୍ୟ ରହିଛି ।