ଓଡିଶା

odisha

ETV Bharat / international

ହାରିଗଲେ କୁକୁର ଓ ବିଲେଇ, ମେୟର ନିର୍ବାଚନ ଜିତିଲା ଛେଳି ! - dog

ନିର୍ବାଚନରେ ଛେଳି ସହ ପ୍ରତିଦ୍ୱନ୍ଦିତା କରୁଥିଲେ କୁକୁର, ବିଲେଇ ଓ ମୂଷା । ମଙ୍ଗଳବାର ଦିନ ଅନୁଷ୍ଠିତ ଏହି ନିର୍ବାଚନରେ ମୂଷା, କୁକୁର ଓ ବିଲେଇ ଭଳି ୧୫ ଜଣ ପ୍ରାର୍ଥୀଙ୍କୁ ପରାଜିତ କରି ଲିଙ୍କନ ନାମକ ଏହି ଛେଳି ବିଜୟୀ ହୋଇଥିଲା। ସାମି ନାମକ କୁକୁରକୁ ଲିଙ୍କନ ୧୩ଟି ଭୋଟରେ ପରାସ୍ତ କରିଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ୱିଟର

By

Published : Mar 9, 2019, 2:36 PM IST

ୱାଶିଂଟନ: କୌଣସି ସହରର ମେୟର ଭାବେ ଆପଣ କେବେ କିଛି ଜନ୍ତୁଙ୍କ ନାମ ଶୁଣିଛନ୍ତି ? ଏହାର ଉତ୍ତର ହୁଏତ ନା ହେବ । କିନ୍ତୁ ଏହାକୁ ଏବେ ବଦଳାଇ ଦିଅନ୍ତୁ । କାରଣ ଆମେରିକାର ଭେର୍ମଣ୍ଟର ଏକ ଛୋଟ ସହରରେ ମେୟର ଭାବେ ଗୋଟିଏ ଛେଳି ନିର୍ବାଚିତ ହୋଇଛି ।

ତେବେ ସବୁଠାରୁ ବଡ କଥା ହେଉଛି ଏହି ନିର୍ବାଚନରେ ଛେଳିର ପ୍ରତିଦ୍ୱନ୍ଦିତା କରୁଥିଲେ କୁକୁର, ବିଲେଇ ଓ ମୂଷା । ମଙ୍ଗଳବାର ଦିନ ଅନୁଷ୍ଠିତ ଏହି ନିର୍ବାଚନରେ ମୂଷା, କୁକୁର ଓ ବିଲେଇ ଭଳି ୧୫ ଜଣ ପ୍ରାର୍ଥୀଙ୍କୁ ପରାଜିତ କରି ଲିଙ୍କନ ନାମକ ଛେଳି ବିଜୟୀ ହୋଇଥିଲା । ସାମି ନାମକ କୁକୁରକୁ ଲିଙ୍କନ ୧୩ଟି ଭୋଟରେ ପରାସ୍ତ କରିଛି ।

ଲିଙ୍କନ ଗୋଟିଏ ସ୍କୁଲର ଜଣେ ଗଣିତ ଶିକ୍ଷକଙ୍କର ଛେଳି । ସହରର ଲୋକମାନେ ମଧ୍ୟ ଲିଙ୍କନକୁ ମେୟର ହିସାବରେ ସ୍ୱାଗତ କରିଥିଲେ । ଏବେ ସେ ଗୋଟିଏ ବର୍ଷ ଧରି ମେୟର ପଦବୀରେ ରହିବ । ଏହାସହ ସେ ମେମୋରିଆଲ ଡେ ପରେଡ, ଆପଲ ଫେଷ୍ଟ ଏବଂ ଗ୍ରୀଷ୍ମକାଳର ପ୍ରତି ଶୁକ୍ରବାର ଦିନ ଆୟୋଜନ ହେଉଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବ ।

ଲିଙ୍କନର ବୟସ ମାତ୍ର 3 ବର୍ଷ । ତାହାର ଲମ୍ବା କାନ ରହିଛି । ଏହା ଛେଳିଙ୍କ ଭିତରେ ଏକ ସ୍ୱତନ୍ତ୍ର ପ୍ରଜାତିର । ତେବେ ଫେୟାର ହେଭେନର କୌଣସି ଆନୁଷ୍ଠାନିକ ମେୟର ନାହାନ୍ତି, କିନ୍ତୁ ଟାଉନ ମ୍ୟାନେଜର ଜୋସେଫ ଗୁଣ୍ଟର ଏଭଳି ବିଭିନ୍ନ ଉତ୍ସବ ଆୟୋଜନ କରନ୍ତି । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ନାମାଙ୍କନ କରୁଥିବା ପ୍ରତି ପ୍ରାର୍ଥୀଙ୍କ ଠାରୁ ୫ ଡଲାର ଆଦାୟ ହୋଇଥିଲା ।

୨୫୦୦ ଜନସଂଖ୍ୟା ବିଶିଷ୍ଟ ଫେୟାର ହେଭେନ ସହରର ପ୍ରଶାସନ ଆଶା ରଖିଛନ୍ତି ଯେ ଲିଙ୍କନ ମେୟର ଭାବେ ନିର୍ବାଚିତ ହେବା ଘଟଣା ଗଣତନ୍ତ୍ରରେ ଲୋକଙ୍କୁ ଛୋଟିଏ ଶିକ୍ଷାଟିଏ ଦେଇପାରିବ । ରାଜନୀତିରେ ସେ ନୂଆ ହେଲେ ମଧ୍ୟ ତାହାର ନାମ ଲିଙ୍କନ ବଡ ମର୍ଯ୍ୟାଦା ବହନ କରୁଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ନାମ ଲିଙ୍କନ ରହିସାରିଛି।

ABOUT THE AUTHOR

...view details