ଓଡିଶା

odisha

ETV Bharat / international

ଆମେରିକୀୟ ଗାୟିକାଙ୍କ କଣ୍ଠରେ 'ଓମ ଜୟ ଜଗଦୀଶ ହରେ' ଗୀତ

ଆମେରିକାର ଲୋକପ୍ରିୟ ଗାୟକ ମେରି ମିଲବେନ ତାଙ୍କ ସ୍ବରରେ 'ଓମ ଜୟ ଜଗଦୀଶ ହରେ' ଗୀତ ଗାଇ ସାରା ବିଶ୍ବକୁ ଦିପାବଳୀର ଶୁଭେଚ୍ଛା ଜଣାଇଛନ୍ତି । ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ..

ଆମେରିକୀୟ ଗାୟିକାଙ୍କ କଣ୍ଠରେ 'ଓମ ଜୟ ଜଗଦୀଶ ହରେ' ଗୀତ
ଆମେରିକୀୟ ଗାୟିକାଙ୍କ କଣ୍ଠରେ 'ଓମ ଜୟ ଜଗଦୀଶ ହରେ' ଗୀତ

By

Published : Nov 13, 2020, 7:54 PM IST

ୱାଶିଂଟନ: ଆମେରିକାର ଲୋକପ୍ରିୟ ଗାୟକ ମେରି ମିଲବେନ ତାଙ୍କ ସ୍ବରରେ 'ଓମ ଜୟ ଜଗଦୀଶ ହରେ' ଗୀତ ଗାଇ ସାରା ବିଶ୍ବକୁ ଦିପାବଳୀର ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଖୁବ ପ୍ରଶଂସା କରାଯାଉଛି ।

ଆମେରିକୀୟ ଗାୟିକାଙ୍କ କଣ୍ଠରେ 'ଓମ ଜୟ ଜଗଦୀଶ ହରେ' ଗୀତ

ମିଲବେନ୍ କହିଛନ୍ତି ଯେ 'ଓମ୍ ଜୟ ଜଗଦୀଶ ହରେ' ଗୀତଟି ବିଶ୍ବବ୍ୟାପୀ ଭାରତୀୟମାନେ ନିଜ ଘରେ ପୂଜା ଓ ଉତ୍ସବରେ ଗାଇଥାନ୍ତି। ଯାହା ମତେ କ୍ରମାଗତ ଭାବରେ ପ୍ରଭାବିତ କରିଥାଏ । ଏବଂ ଭାରତୀୟ ସଂସ୍କୃତି ପ୍ରତି ମୋର ଆଗ୍ରହ ବଢାଇଥାଏ।

ସୋନି ପିକ୍ଚର୍ସର ନିର୍ମାତା ଟିମ୍ ଡେଭିସ୍, ପୁରସ୍କାର ପ୍ରାପ୍ତ ଇଞ୍ଜିନିୟର, ମିକ୍ସର୍ ଜର୍ଜ ଭିଭୋ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜନ୍ ସ୍କାଉସ୍ ଏବଂ ଆରିଜୋନା ଭିତ୍ତିକ ପ୍ରଡକ୍ସନ କମ୍ପାନୀ ଆମ୍ବିଏଣ୍ଟ୍ ସ୍କାଏସ୍ ଏବଂ ବ୍ରିଡାଲବାଡେନାର ମାଲିକ ଡେନା ମାଲିଙ୍କ ସହ ମିଶି ମେରି ଏହି ଗୀତ ପ୍ରସ୍ତୁତ କରିଛନ୍ତି । ଭାରତୀୟ ପୋଷାକରେ ଏହି ଗୀତ ଗାଇ ୟୁଟ୍ୟୁବରେ ଏହି ଭିଡିଓ ଅପଲୋଡ କରିଛନ୍ତି । ଭିଡିଓଟି ୟୁଟ୍ୟୁବରେ ଅପଲୋଡ ହେବା ପରେ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକେ ଏହାକୁ ଖୁବ ପ୍ରଶଂସା କରୁଛନ୍ତି ।

ମେରି ଏନେଇ ଆହୁରୀ ମଧ୍ୟ କହିଛନ୍ତି ଯେ, ଭାରତ, ଭାରତର ଲୋକ, ଭାରତୀୟ ସମ୍ପ୍ରଦାୟ ମୋ ପାଇଁ ବହୁତ ଖାସ୍‌ । ଏହିପରି ଦିପାବଳୀ 2020 ପାଳିବା ମୋ ପାଇଁ ଏକ ପ୍ରକାର ବରଦାନ ସଦୃଶ । ତେବେ ପୂର୍ବରୁ ମେରି 15 ଅଗଷ୍ଟ 2020ରେ ଭାରତର 74 ତମ ସ୍ବାଧୀନତା ଦିବସରେ ଜାତୀୟ ସଙ୍ଗୀତ ଗାନ କରି ଭାରତ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଥିଲେ ।

ABOUT THE AUTHOR

...view details