ଓଡିଶା

odisha

ETV Bharat / international

ତାଲିବାନଠୁ ବଡ ବିପଦ କିଏ ? ବାଇଡେନ ଦେଲେ ବୟାନ - ତାଲିବାନ

ଦୀର୍ଘ ୨୦ ବର୍ଷ ପରେ ପୁଣି ଥରେ ଅସ୍ତିତ୍ବ ଫେରିପାଇଛି ତାଲିବାନ । ହେଲେ ତାଲିବାନଠାରୁ ବି ରହିଛି ଆହୁରି ବଡ ବିପଦ । ଯାହାକୁ ନେଇ ବୟାନ ଦେଇଛନ୍ତି ବାଇଡେନ । ଅଧିକ ପଢନ୍ତୁ...

ତାଲିବାନଠାରୁ ବଡ ବିପଦ କିଏ ? ବାଇଡେନ ଦେଲେ ବୟାନ
ତାଲିବାନଠାରୁ ବଡ ବିପଦ କିଏ ? ବାଇଡେନ ଦେଲେ ବୟାନ

By

Published : Aug 19, 2021, 10:29 PM IST

ୱାଶିଂଟନ:ଆଫଗାନିସ୍ତାନକୁ କବଜା କରିସାରିଛି ତାଲିବାନ । ଚାରିଆଡେ ଭୟର ବାତାବରଣ । ଦୀର୍ଘ ୨୦ ବର୍ଷ ପୁରୁଣା ଅସ୍ତିତ୍ବ ଫେରିପାଇଛି ତାଲିବାନ । ହେଲେ ତାଲିବାନଠାରୁ ବି ରହିଛି ଆହୁରି ବଡ ବିପଦ । ଯାହାକୁ ନେଇ ବଡ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ସତ୍ତ୍ବେ ଅଲ-କାଏଦା ଏବଂ ଅନ୍ୟ ଅନୁବନ୍ଧିତ ଆତଙ୍କୀ ସଂଗଠନର ବିପଦ ନଜର ଆସୁଛି । ଏଥି ସହିତ ବାଇଡେନ କହିଛନ୍ତି ଯେ ଆଫଗାନିସ୍ତାନରେ ଆମେରିକାର ସାମରିକ ଶକ୍ତି ଉପରେ ଧ୍ୟାନକେନ୍ଦ୍ରୀତ କରିବା ଯୁକ୍ତିଯୁକ୍ତ ନୁହେଁ ।

ବାଇଡେନ ସିରିଆ ଏବଂ ପୂର୍ବ ଆଫ୍ରିକାର ନାଁ ନେଇଛନ୍ତି ଯେଉଁଠାରେ ଇସଲାମିକ ଷ୍ଟେଟ ସମୂହ ଆଫଗାନିସ୍ତାନ ଅପେକ୍ଷା ଏକ ବଡ ବିପଦ ହୋଇ ଛିଡାହୋଇଛନ୍ତି । ସେ କହିଛନ୍ତି ଯେ ଆଇଏସଆଇଏସ କାୟାବିସ୍ତାର କରିସାରିଛି । ସିରିଆ ଭଳି ସ୍ଥାନରେ ଆମେରିକାର ସାମରିକ ଶକ୍ତିର ଉପସ୍ଥିତି ନାହିଁ, କିନ୍ତୁ ସେମାନଙ୍କ ପାଖରେ ଆତଙ୍କୀଙ୍କୁ ଘଉଡାଇବାର କ୍ଷମତା ଅଛି ବୋଲି ନିଜ ବୟାନରେ କହିଛନ୍ତି ବାଇଡେନ ।

ଆମେରିକା ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ବାଇଡେନ କହିଛନ୍ତି, ତାଲିବାନ ବିଶ୍ବ ମଞ୍ଚରୁ ବୈଧ ସରକାରର ମାନ୍ୟତା ଚାହୁଁଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ତାଲିବାନ ବଦଳିନି ବୋଲି ଜୋର ଦେଇ କହିଛନ୍ତି ବାଇଡେନ ।

ABOUT THE AUTHOR

...view details