ୱାଶିଂଟନ: ନିଜର ଏକଛତ୍ରବାଦ ଶାସନ ଜରିଆରେ ବିଶ୍ବକୁ ନିଜ ଅଧିନରେ ରଖିବାକୁ ପ୍ରୟାସ କରୁଥିବା ଚୀନକୁ ଆମେରିକା ଠାରୁ ଲାଗିଛି ବଡ ଝଟକା । ନିକଟରେ ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିଥିବା ଜୋ ବାଇଡେନ ନିଜ ବୟାନ ମାଧ୍ୟମରେ ଡ୍ରାଗନକୁ ଦେଇଛନ୍ତି କଡା ଚେତାବନୀ । କୌଣସି ସ୍ଥଳେ ଚୀନକୁ ଆମେରିକା ଠୁ ଅଧିକ ଶକ୍ତିଶାଳୀ ହେବାକୁ ଦିଆଯିବ ନାହିଁ ବୋଲି ଜୋର ଦେଇ କହିଛନ୍ତି ବାଇଡେନ ।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର କହିଛନ୍ତି, ସେ ଚୀନକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ହେବାକୁ ଦେବେ ନାହିଁ । ବିଶ୍ୱର ଦୁଇ ବୃହତ୍ତମ ଅର୍ଥନୈତିକ ଦେଶ ଭିତରେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଆମେରିକା ବିଜୟୀ ହେବା ପାଇଁ ବହୁ ବିନିଯୋଗ କରିବାକୁ ପ୍ରତିଜ୍ଞାବଦ୍ଧ ଥିବା କହିଛନ୍ତି ବାଇଡେନ ।