ଓଡିଶା

odisha

By

Published : Nov 8, 2020, 4:30 PM IST

ETV Bharat / international

ବିଡେନଙ୍କ ବିଜୟରୁ ଆମେରିକାରେ 5 ଲକ୍ଷ ଭାରତୀୟଙ୍କୁ ମିଳିବ ନାଗରିକତାର ଲାଭ !

ଡୋନାଲ୍ଡ ଟ୍ରମ୍ପଙ୍କୁ ମାତ ଦେବା ପରେ ପ୍ରବାସୀଙ୍କୁ ଆମେରିକାର ନାଗରିକତା ଦେବେ ରାଷ୍ଟ୍ରପତି ଜୋ ବିଡେନ । ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି 5 ଲକ୍ଷ ଭାରତୀୟ । ଅଧିକ ପଢନ୍ତୁ...

ଆମେରିକାରେ 5 ଲକ୍ଷ ଭାରତୀୟଙ୍କୁ ମିଳିବ ବିଡେନଙ୍କ ବିଜୟର ଲାଭ!
ଆମେରିକାରେ 5 ଲକ୍ଷ ଭାରତୀୟଙ୍କୁ ମିଳିବ ବିଡେନଙ୍କ ବିଜୟର ଲାଭ!

ୱାଶିଂଟନ: ଆମେରିକାକୁ ମିଳିସାରିଛି ନୂଆ ରାଷ୍ଟ୍ରପତି । ଗତ 3 ଦିନରୁ ଅଧିକ ସମୟ ଧରି ଅନିଶ୍ଚିତତା ଓ ଭୋଟ ଗଣତି ପରେ ଶନିବାର ଆମେରିକା ରାଷ୍ଟ୍ରପତି ନିର୍ବାଚନର ଚିତ୍ର ହୋଇଛି ସ୍ପଷ୍ଟ । ଦୀର୍ଘ ଘଣ୍ଟାର କଡା ଟକ୍କର ପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିଛନ୍ତି ଡେମୋକ୍ରାଟ ପାର୍ଟିର ପ୍ରାର୍ଥୀ ଜୋ ବିଡେନ । ତେବେ ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକାର ଦାୟିତ୍ବ ଭାର ଗ୍ରହଣ ପରେ ବିଡେନଙ୍କ ଆଗାମୀ ରଣନୀତି କଣ ରହିବ, ଏନେଇ ଏହା ଉପରେ ରହିଛି ସମସ୍ତଙ୍କ ନଜର ।

ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମାତ ଦେବା ପରେ ପ୍ରବାସୀଙ୍କୁ ଆମେରିକାର ନାଗରିକତା ଦେବେ ରାଷ୍ଟ୍ରପତି ଜୋ ବିଡେନ । ନୂଆ ରାଷ୍ଟ୍ରପତି ଯେଉଁ 1.1 କୋଟି ପ୍ରବାସୀଙ୍କୁ ନାଗରିକତା ଦେବା ଦିଗରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି, ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି 5 ଲକ୍ଷ ଭାରତୀୟ । ଏହି ଯୋଜନା ମୁତାବକ ପ୍ରତ୍ୟେକ ବର୍ଷ 95,000 ଜନସାଧାରଣଙ୍କୁ ଆମେରିକାର ନାଗରିକତା ପ୍ରଦାନ କରାଯିବ ।

ବିଡେନଙ୍କ ନିର୍ବାଚନୀ ଘୋଷଣାପତ୍ର ଅନୁଯାୟୀ, ସେ ତୁରନ୍ତ କଂଗ୍ରେସ ସହିତ କାର୍ଯ୍ୟ ଆରମ୍ଭ କରିବେ ଯାହା ତାଙ୍କ ବ୍ୟବସ୍ଥାକୁ ଆଧୁନିକୀକରଣ କରିବ। ଏଥିରେ 1.1 କୋଟି ପ୍ରବାସୀମାନଙ୍କ ପାଇଁ ନାଗରିକତା ପ୍ରଦାନ ନେଇ ରୋଡମ୍ୟାପ ପ୍ରସ୍ତୁତ ହୋଇଛି । ଏହା ଯଦି କାର୍ଯ୍ୟକାରୀ ହୁଏ, ତାହେଲେ 5 ଲକ୍ଷ ଭାରତୀୟଙ୍କୁ ଏହାର ଲାଭ ମିଳିବ ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଡେମୋକ୍ରାଟ ପାର୍ଟିର ନିର୍ବାଚନୀ ଘୋଷଣାପତ୍ରରେ ଦର୍ଶାଯାଇଛି ଯେ ବିଡେନ ପ୍ରଶାସନ ପରିବାର ଭିତ୍ତିକ ପ୍ରବାସୀଙ୍କୁ ସମର୍ଥନ କରିବ ଏବଂ ପରିବାରର ଇମିଗ୍ରେସନ ପ୍ରଣାଳୀର ମୂଳ ନୀତି ଭାବରେ ପରିବାର ଏକୀକରଣକୁ ସଂରକ୍ଷଣ କରିବ ।

ଏହାପୂର୍ବରୁ ବିଡେନ ଡେଲାୱେରର ୱିଲମିଙ୍ଗଟନରେ ଥିବା ନିର୍ବାଚନ ପ୍ରଚାର ମୁଖ୍ୟାଳୟରୁ ଦେଶକୁ ସମ୍ବୋଧିତ କରିଥିଲେ। ବିଡେନ କହିଛନ୍ତି ଯେ ଆମେରିକାରେ ଦୃଢ ବିଚାର ସହ ମଜବୁତ ମତଭେଦ ମଧ୍ୟ ରହିଛି। ଗଣତନ୍ତ୍ରରେ ଦୃଢ ମତଭେଦ ଆବଶ୍ୟକ । ଆମକୁ ମନେ ରଖିବାକୁ ହେବ ଯେ ଆମର ରାଜନୀତି ଏକ ନିରନ୍ତର ଏବଂ ଅସମାପ୍ତ ଯୁଦ୍ଧ । ଆମର ରାଜନୀତିର ଉଦ୍ଦେଶ୍ୟ ହେଉଛି ଦେଶ ପାଇଁ କାମ କରିବା । ଆମର ଲକ୍ଷ୍ୟ ହେଉଛି ସମସ୍ୟାର ସମାଧାନ ପାଇଁ ଏକ ଉପାୟ ଖୋଜିବା । ନ୍ୟାୟ ସୁନିଶ୍ଚିତ କରିବା । ସମସ୍ତଙ୍କୁ ସମାନ ଅଧିକାର ଦିଆଯିବା ଆବଶ୍ୟକ । ଆମ ଜନସାଧାରଣଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାକୁ ପଡିବ | ଆମେ ପ୍ରତିଦ୍ବନ୍ଦୀ ହୋଇପାରିବା, କିନ୍ତୁ ଆମେ ଶତ୍ରୁ ନୁହଁ । ଆମେ ଆମେରିକୀୟ ବୋଲି କହିଛନ୍ତି ବିଡେନ ।

ABOUT THE AUTHOR

...view details