ଓଡିଶା

odisha

ETV Bharat / international

ବହୁ ବାଦବିବାଦ ପରେ ବିମାନ ଚଳାଚଳ ଦ୍ୱିଗୁଣ କରିବାକୁ ରାଜି ହେଲେ ଆମେରିକା-ଚୀନ

ଆମେରିକା ଏବଂ ଚୀନ୍ ଦୁଇ ଦେଶ ମଧ୍ୟରେ ବିମାନ ଦ୍ୱିଗୁଣିତ କରିବାକୁ ରାଜି ହୋଇଛନ୍ତି । ଏହି ଚୁକ୍ତିନାମା କୋଭିଡ -19 ମହାମାରୀ ସମୟରେ ଲାଗୁ ହୋଇଥିବା ପ୍ରିତବନ୍ଧକକୁ ନେଇ ବିଶ୍ୱର ଦୁଇ ବୃହତ୍ତମ ଅର୍ଥନୀତି ମଧ୍ୟରେ ଥିବା ଅବରୋଧକୁ ହ୍ରାସ କରିବ ବୋଲି ବିଶ୍ୱାସ କରାଯାଉଛି ।

ବହୁ ବାଦ ବିବାଦ ପରେ ବିମାନ ଚଳାଚଳ ଦ୍ୱିଗୁତିଣ କରିବାକୁ ରାଜି ହେଲେ ଆମେରିକା-ଚୀନ
ବହୁ ବାଦ ବିବାଦ ପରେ ବିମାନ ଚଳାଚଳ ଦ୍ୱିଗୁତିଣ କରିବାକୁ ରାଜି ହେଲେ ଆମେରିକା-ଚୀନ

By

Published : Aug 19, 2020, 1:17 PM IST

ୱାଶିଂଟନ: ଆମେରିକା ଏବଂ ଚୀନ୍ ଦୁଇ ଦେଶ ମଧ୍ୟରେ ବିମାନ ଦ୍ୱିଗୁଣିତ କରିବାକୁ ରାଜି ହୋଇଛନ୍ତି । ଏହି ଚୁକ୍ତିନାମା କୋଭିଡ -19 ମହାମାରୀ ସମୟରେ ଲାଗୁ ହୋଇଥିବା ପ୍ରିତବନ୍ଧକକୁ ନେଇ ବିଶ୍ୱର ଦୁଇ ବୃହତ୍ତମ ଅର୍ଥନୀତି ମଧ୍ୟରେ ଥିବା ଅବରୋଧକୁ ହ୍ରାସ କରିବ ବୋଲି ବିଶ୍ୱାସ କରାଯାଉଛି ।

ମଙ୍ଗଳବାର ଆମେରିକାର ପରିବହନ ମନ୍ତ୍ରଣାଳୟ ବିମାନ ସଂଖ୍ୟା ବୃଦ୍ଧି କରିବାକୁ ଘୋଷଣା କରି କହିଛି ଯେ ଚୀନ୍ ବିମାନ ଚଳାଚଳ ପ୍ରାଧିକରଣ ଏହି ସପ୍ତାହରେ ଆମେରିକାର ଏୟାରଲାଇନ୍ସ 'ୟୁନାଇଟେଡ୍' ଏବଂ 'ଡେଲଟା'ର ଅନୁମତି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ଏହି ଘୋଷଣାର କିଛି ସମୟ ପରେ ୟୁନାଇଟେଡ୍ ଏୟାରଲାଇନ୍ସ ଘୋଷଣା କରିଛି ଯେ ଏହା ଆମେରିକାର ସାନ୍‌ଫ୍ରାନ୍ସିସ୍କୋରୁ ଚାଇନାର ସଂଘାଇକୁ 4 ଟି ବିମାନ ଚଳାଚଳ ଆରମ୍ଭ କରିବ । ତେବେ ଚୁକ୍ତିନାମାକୁ ନେଇ ତୁରନ୍ତ ଡେଲଟା କୌଣସି ପ୍ରତିକ୍ରିୟା ଦେଇ ନାହିଁ ।

ମନ୍ତ୍ରଣାଳୟ କହିଛି ଯେ ଚୀନ୍‌ର ଏୟାର ଚାଇନା, ଚାଇନା ଇଷ୍ଟର୍ନ ଏୟାର ଲାଇନ୍ସ , ଚାଇନା ସାଉଥ ଏୟାରଲାଇନ୍ସ ଏବଂ ଜିଆମେନ ଏୟାରଲାଇନ୍ସ ସପ୍ତାହରେ 4 ଟି ବଦଳରେ ଆମେରିକାକୁ 8 ଟି ବିମାନ ଚଳାଚଳ କରିପାରିବେ ।

For All Latest Updates

ABOUT THE AUTHOR

...view details