ୱାସିଂଟନ୍: ମହାମାରୀ କୋରୋନାକୁ ବିଶ୍ବରେ ସମୂଳେ ନାଶ କରିବା ପାଇଁ ଆବଶ୍ୟକ ସର୍ବବୃହତ ସ୍ବାସ୍ଥ୍ୟ ଜନିତ ପଦକ୍ଷେପ। ସମସ୍ତ ଦେଶ ଏକତ୍ରିତ ହୋଇ ବୃହତ ପଦକ୍ଷେପ ଭାବେ ସ୍ବାସ୍ଥ୍ୟକୁ ଅଗ୍ରାଧୀକାର ଦେଲେ କୋରୋନାକୁ ଆମେ ହରାଇ ପାରିବା।
ଉତ୍ପତିର ପ୍ରାୟ 6 ମାସ ପରେ ବି ବିଶ୍ବର ବୈଜ୍ଞାନିକ ମାନଙ୍କ ନିଦ ହଜେଇ ଦେଇଛି କୋରୋନା। ତେବେ ସ୍ବାସ୍ଥ୍ୟ କ୍ଷେତ୍ର ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଗଲେ ସମଗ୍ର ବିଶ୍ବ ଏହି ଯୁଦ୍ଧରେ ବିଜୟ ଲାଭ କରିପାରିବ। ମଙ୍ଗଳବାର ଜାତିସଙ୍ଘ ମୁଖ୍ୟ ଆଣ୍ଟୋନିଓ ଗ୍ୟୁଟୋରସ ଏଭଳି ମତ ପ୍ରକାଶ କରିଛନ୍ତି।