ୱାଶିଂଟନ: ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶ ଏକ କଠୋର ପରୀକ୍ଷାର ସମ୍ମୁଖୀନ ହେବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରକାଶ କରିଛନ୍ତି । ଦେଶରେ ଲାଗି ରହିଥିବା ସାମାଜିକ ଦୂରତା ନିର୍ଦ୍ଦେଶାବଳୀକୁ ନେଇ ନିଜର ଅଧୈଯ୍ୟତା ବ୍ୟକ୍ତ କରିଛନ୍ତି । ଖୁବ ଶୀଘ୍ର ଦେଶ ଚଳଚଞ୍ଚଳ ହେବା ସହ ଅର୍ଥନୀତି ଟ୍ରାକକୁ ଫେରିବା ବୋଲି ସେ ଆଶା ପ୍ରକଟ କରିଛନ୍ତି । ଏହା ସହ ଦୁର୍ଭାଗ୍ୟବଶତଃ ସେଠାରେ ବହୁ ମୃତ୍ୟୁ ଘଟିବ ବୋଲି ଟ୍ରମ୍ପ ନିଜର କୋରୋନା ସଂପର୍କିତ ଦୈନିକ ଘୋଷଣାନାମାରେ ଉଲ୍ଲେଖ କରିଛନ୍ତି ।
ଟ୍ରମ୍ପଙ୍କ ସହ ଉପରାଷ୍ଟ୍ରପତି ମାଇକ ପେନ୍ସ, ଭାଇରସ ଟାସ୍କଫୋର୍ସ ସଂଯୋଜକ ଡ. ଦେବରାହ ବ୍ରିକ୍ସ ଏବଂ ଆମେରିକା ସରକାରଙ୍କ ପ୍ରମୁଖ ସଂକ୍ରାମକ ରୋଗ ବିଶେଷଜ୍ଞ ଡକ୍ଟର ଆନ୍ଥୋନୀ ଫାଉସି ଯୋଗ ଦେଇଥିଲେ । ଏଠାରେ ଛିଡା ହୋଇଥିବା ପ୍ରତ୍ୟେକ ଲୋକ ପରସ୍ପରଠାରୁ ବହୁତ ଦୂରରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ।