ଓଡିଶା

odisha

ETV Bharat / international

ଜଳବାୟୁ ପରିବର୍ତ୍ତନ ଉପରେ ବିଜ୍ଞାନର ଜ୍ଞାନ ନାହିଁ: ଟ୍ରମ୍ପ - trump on climate change

ଜଳବାୟୁ ପରିବର୍ତ୍ତନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି । ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଟ୍ରମ୍ପ ଏଥର ଜଳବାୟୁ ଉପରେ ମନ୍ତବ୍ୟ ଦେଇ ସାଧାରଣଲୋକଙ୍କ ଠାରୁ ବୈଜ୍ଞାନିକ ସମସ୍ତଙ୍କୁ ଚକିତ କରିଛି । ଅଧିକ ପଢନ୍ତୁ...

ଜଳବାୟୁ ପରିବର୍ତ୍ତନ ଉପରେ ବିଜ୍ଞାନ ଜାଣେ ନାହିଁ : ଟ୍ରମ୍ପ
ଜଳବାୟୁ ପରିବର୍ତ୍ତନ ଉପରେ ବିଜ୍ଞାନ ଜାଣେ ନାହିଁ : ଟ୍ରମ୍ପ

By

Published : Sep 15, 2020, 8:19 AM IST

ୱାଶିଂଟନ: ନିଜ ବୟାନକୁ ନେଇ ସର୍ବଦା ଚର୍ଚ୍ଚାର ପରିସରରେ ରହୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଏକ ମନ୍ତବ୍ୟ ଦେଇଛନ୍ତି । ଯାହା ସମସ୍ତ ଧ୍ୟାନ ଆକର୍ଷଣ କରିଛି । ଏଥର ସେ ଜଳବାୟୁ ପରିବର୍ତ୍ତନକୁ ନେଇ ବୟାନ ଦେଇଥିବାବେଳେ ସାଧାରଣ ଲୋକଙ୍କ ଠାରୁ ବୈଜ୍ଞାନିକ ପର୍ଯ୍ୟନ୍ତ ସମସ୍ତଙ୍କୁ ଚକିତ କରିଛି ।

କାଲିଫର୍ଣ୍ଣିଆର ପ୍ରାକୃତିକ ସମ୍ପଦ ସଚିବ ୱେଡ କ୍ରୋୱଫୋଡ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜଙ୍ଗଲ ଉପରେ ପଡୁଥିବା ପ୍ରଭାବକୁ ନେଇ ଟ୍ରମ୍ପଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏଥିସହ ସେ ବୈଜ୍ଞାନିକଙ୍କ ସହ ମିଶି ମଧ୍ୟ ଏହି ସମସ୍ୟାକୁ ସମାଧାନ କରିବାକୁ କହିଥିଲେ । ଯଦି ବିଜ୍ଞାନକୁ ପ୍ରତ୍ୟାଖ୍ୟାନ କରୁ, ତେବେ ଏହା ବାଲିରେ ମୁଣ୍ଡ ରଖିବା କଥା ହେବ । ଆଉ ଏହା ଦ୍ବାରା କାଲିଫର୍ଣ୍ଣଆର ଲୋକଙ୍କୁ ବଞ୍ଚା ଯାଇ ପାରିବ ନାହିଁ ।

ୱେଡ କ୍ରୋୱଫୋଡଙ୍କୁ ଉତ୍ତର ଦେବାକୁ ଯାଇ ଟ୍ରମ୍ପ କହିଥିଲେ, କାଲିଫର୍ଣ୍ଣିଆରେ ତୁରନ୍ତ ନିଆଁ ଲିଭିଯିବ । ରାଷ୍ଟ୍ରପତିଙ୍କ ଠାରୁ ଏପରି ଉତ୍ତର ପାଇବା ପରେ କ୍ରୋୱଫୋଡ କହିଥିଲେ, ଏଥିରେ ଆମକୁ ବୈଜ୍ଞାନିକଙ୍କ ସହାୟତା ଓ ସହମତି ନେବାକୁ ପଡିବ । ଏହା ଉପରେ ଟ୍ରମ୍ପ ପୁଣି କହି ଉଠିଲେ, ଏହା ଉପରେ ବିଜ୍ଞାନ କିଛି କରିବାର ନାହିଁ ।

କାଲିଫର୍ଣ୍ଣିଆର ଗଭର୍ଣ୍ଣର ଗାଭିନ୍ ନ୍ୟୁଜମ୍ ଟ୍ରମ୍ପଙ୍କୁ ଅନୁରୋଧ କରିଛନ୍ତି, ଯେ ସେ ମତ ଭେଦରେ ଭିନ୍ନତାକୁ ସମ୍ମାନ କରିବେ।

ସୂଚନାଯୋଗ୍ୟ, ଗତ କିଛି ମାସ ହେବ କାଲିଫର୍ଣ୍ଣିଆର ଜଙ୍ଗଲରେ ନିଆଁ ଲାଗିଛି । ଏକର ଏକର ଜଙ୍ଗଲକୁ ଧ୍ବଂସ କରିସାରିଲାଣି । ଏପରିକି ପାଖପାଖ ଅଞ୍ଚଳକୁ ମଧ୍ୟ ନିଆଁ ବ୍ୟାପିବାରେ ଲାଗିଛି । ଉତ୍ତର-ପଶ୍ଚିମ ଯୁକ୍ତରାଷ୍ଟ୍ରର ଅତି କମରେ 6ରୁ ଅଧିକ ଛୋଟ ସହରରୁ ମଧ୍ୟ ଧ୍ବଂସ କରିଛି । ଦିନକୁ ଦିନ ପରିସ୍ଥିତି ସାଙ୍ଘାତିକ ହୋଇପଡିଥିବାବେଳେ କାଲିଫର୍ଣ୍ଣିଆର ରାଜ୍ୟପାଳ ପାଣିପାଗ ପରିବର୍ତ୍ତନକୁ ଦାୟୀ କରିଛନ୍ତି।

ABOUT THE AUTHOR

...view details