ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କୋଭିଡ -19 ଏବଂ ଅନ୍ୟାନ୍ୟ ବିଶ୍ୱସ୍ତରୀୟ ସମସ୍ୟାର ମୁକାବିଲା ପାଇଁ ଫୋନରେ ଆଲୋଚନା କରିଥିଲେ। ହ୍ବାଇଟ ହାଉସ୍ ଏହି ସୂଚନା ଦେଇଛି।
ରାଷ୍ଟ୍ରପତି ଟ୍ରମ୍ପ ଓ ପୁଟିନ କୋରୋନା ଭାଇରସ ମହାମାରୀକୁ ମୁକାବିଲା କରିବା ପାଇଁ ଅତ୍ୟାଧୁନିକ ବିକାଶ ଏବଂ ପ୍ରୟାସ ଉପରେ ଆଲୋଚନା କରିଛନ୍ତି ।