ୱାଶିଂଟନ: ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଦେଶର ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛନ୍ତି । ସମସ୍ତେ ଉଚିତ ଓ ସଠିକ କାମ କରିଛନ୍ତି । ଏହାସହ ସରକାର ସଠିକ ସମୟରେ ଉପଯୁକ୍ତ ନିଷ୍ପତ୍ତି ନେଇଥିବା ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ସେ କହିଛନ୍ତି ।
ଟ୍ରମ୍ପ କହିଛନ୍ତି ଯେ ଯଦି କିଛି ଅଲଗା ଉପାୟରେ ସରକାର କୋରୋନା ମୁକାବିଲା କରିଥାନ୍ତେ ତେବେ ହୁଏତ ଏବେ ସୁଦ୍ଧା ଆହୁରି ଅଧିକ ଆକ୍ରାନ୍ତ ହୋଇଥାନ୍ତେ । ଆମେ ଅଧିକ ଲୋକଙ୍କୁ ହରାଇଥାନ୍ତୁ । ହୁଏତ ମୃତକଙ୍କ ସଂଖ୍ୟା 2 ଲକ୍ଷ ପାର କରିଥାନ୍ତା । ହେଲେ ସଠିକ ଭାବେ ଉପଯୁକ୍ତ ନିଷ୍ପତ୍ତି ନେଇ ଆମେ କାମ କରିଛୁ । ସେଥିପାଇଁ ଏବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି ।