ଓଡିଶା

odisha

ETV Bharat / international

ଟ୍ୱିଟର ସିଇଓଙ୍କୁ ଭେଟିଲେ ଟ୍ରମ୍ପ

ଟ୍ୱିଟର ସିଇଓଙ୍କୁ ଭେଟିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ହ୍ୱାଇଟ ହାଉସରେ ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସୀଙ୍କୁ ଭେଟି ଟ୍ୱିଟରରେ ନିଜ ଫଲୋର୍ସଙ୍କ ସଂଖ୍ୟା କମ୍ ଘଟଣାକୁ ନେଇ ଆଲୋଚନା କରିଛନ୍ତି ଟ୍ରମ୍ପ।

By

Published : Apr 24, 2019, 11:21 PM IST

ପ୍ରତିକାତ୍ମକ

ୱାସିଂଟନ: ଟ୍ୱିଟର ସିଇଓଙ୍କୁ ଭେଟିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ହ୍ୱାଇଟ ହାଉସରେ ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସୀଙ୍କୁ ଟ୍ରମ୍ପ ଭେଟି ଟ୍ୱିଟରରେ ନିଜ ଫଲୋର୍ସଙ୍କ ସଂଖ୍ୟା କମ୍ ଘଟଣାକୁ ନେଇ ଆଲୋଚନା କରିଥିବା ସୂଚନା ମିଳିଛି । ଅନ୍ୟପଟେ ଏହି ଆଲୋଚନାକୁ ନେଇ କିଛି ଲୋକ ମତ ରଖିଛନ୍ତି ଯେ, ଆମେରିକାରେ ଆଗାମୀ 2020ରେ ନିର୍ବାଚନ ହେବାକୁ ଯାଉଛି । ସେଥିପାଇଁ ଏହାକୁ ଧ୍ୟାନରେ ରଖି ଏହି ଆଲୋଚନା କରାଯାଇଛି ।

ତେବେ ଟ୍ରମ୍ପ ଟ୍ୱିଟର ବିରୋଧରେ ଅଭିଯୋଗ କରି କହିଛନ୍ତି, ଟ୍ୱିଟର ତାଙ୍କ ପ୍ରତି ଭେଦଭାବ କରୁଛି । ଏଥିସହ ସେ କହିଛନ୍ତି ଯଦି ଟ୍ୱିଟର ନିଜର ରାଜନୈତିକ ଖେଳ ନ ଖେଳେ ତାଙ୍କ ଫଲୋର୍ସ ସଂଖ୍ୟା ବଢିବାର ସମ୍ଭାବନା ରହିଛି। ଅପରପକ୍ଷେ ଟ୍ୱିଟର ଏହି ଅଭିଯୋଗକୁ ଖାରଜ କରିଛି । ଏଥିସହ କମ୍ପାନୀ କହିଛି ଯେ, ଟ୍ରମ୍ପଙ୍କ ଫଲୋର୍ସଙ୍କ ସଂଖ୍ୟା କିଛି ହ୍ୟାକରଙ୍କ ପାଇଁ କମୁଛି।


ଏପଟେ ଟ୍ରମ୍ପ ଡୋର୍ସୀଙ୍କ ସହ ଓଭାଲ ଅଫିସର ଏକ ଫଟୋ ଟ୍ୱିଟ୍ କରିଛନ୍ତି । ଟ୍ରମ୍ପ ଏହି ଫଟୋ ଟ୍ୱିଟ୍ କରି ଲେଖିଛନ୍ତି ଯେ , ବିଶ୍ୱ ସମ୍ବନ୍ଧୀୟ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ସୋସିଆଲ ମିଡିଆରେ ଆଲୋଚନା ହୋଇଥାଏ । ସେହିପରି ଏହି ଟ୍ୱିଟ୍ ପରେ ଡୋର୍ସୀ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶେଷରେ ଟ୍ରମ୍ପ ଏହି ମିଟିଙ୍ଗକୁ ଏକ ଗୁରୁତ୍ବପୂର୍ଣ୍ଣ ସାକ୍ଷାତକାର ବୋଲି କହିଛନ୍ତି ।

ABOUT THE AUTHOR

...view details