ବଢିଲା ଟ୍ରମ୍ପଙ୍କ ଅଡୁଆ; ମହାଅଭିଯୋଗ ପ୍ରସ୍ତାବ ଗୃହିତ - Trump first President in US history to be impeached twice
ଆମେରିକା ନିମ୍ନ ସଂସଦରେ ଟ୍ରମ୍ପଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ପାରିତ ହୋଇଛି । ମହାଅଭିଯୋଗ ସପକ୍ଷରେ 232 ଓ ବିପକ୍ଷରେ 197 ଜଣ ଡେମୋକ୍ରାଟ ଭୋଟ ଦେଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମହାଅଭିଯୋଗ ପ୍ରସ୍ତାବରେ ଟ୍ରମ୍ପଙ୍କ ନିଜ ଦଳ ରିପବ୍ଲିକାନର 10 ଜଣ ସାଂସଦ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଛନ୍ତି । ଆସନ୍ତା 19 ତାରିଖରେ ପ୍ରସ୍ତାବ ସିନେଟରେ ଆଗତ ହେବ ।
ୱାଶିଂଟନ:କାର୍ଯ୍ୟକାଳ ଶେଷ ବେଳକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବଢି ଚାଲିଛି ଅଡୁଆ । ଆମେରିକା ନିମ୍ନ ସଂସଦରେ ଟ୍ରମ୍ପଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ପାରିତ ହୋଇଛି । ମହାଅଭିଯୋଗ ସପକ୍ଷରେ 232 ଓ ବିପକ୍ଷରେ 197 ଜଣ ଡେମୋକ୍ରାଟ ଭୋଟ ଦେଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମହାଅଭିଯୋଗ ପ୍ରସ୍ତାବରେ ଟ୍ରମ୍ପଙ୍କ ନିଜ ଦଳ ରିପବ୍ଲିକାନର 10 ଜଣ ସାଂସଦ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଛନ୍ତି । ଆସନ୍ତା 19 ତାରିଖରେ ପ୍ରସ୍ତାବ ସିନେଟରେ ଆଗତ ହେବ । ତେବେ ଆମେରିକା ଇତିହାସରେ କୌଣସି ରାଷ୍ଟ୍ରପତିଙ୍କ ବିରୋଧରେ 2 ଥର ମହାଅଭିଯୋଗ ପ୍ରସ୍ତାବ ଆସିବା ଟ୍ରମ୍ପ ପ୍ରଥମ ରାଷ୍ଟ୍ରପତି । କ୍ୟାପିଟାଲ ବିଲ୍ଡିଂରେ ହିସାଂତ୍ମକ କାର୍ଯ୍ୟକଳାପ ପାଇଁ ଟ୍ରମ୍ପଙ୍କ ବିରୋଧରେ ଆସିଛି ମହାଅଭିଯୋଗ ପ୍ରସ୍ତାବ ।
ସୂଚନାଯୋଗ୍ୟ ଯେ, ନିର୍ବାଚନ ପ୍ରକ୍ରିୟାରେ ଜାଲିଆତି ଦର୍ଶାଇ ଟ୍ରମ୍ପଙ୍କ ସମର୍ଥକ ସଂସଦ ଭବନରେ ହିଂସା ଘଟାଇଥିଲେ । ଯେଉଁଥିରେ କ୍ୟାପିଟୋଲ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଘଟଣାରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ପୋଲିସ କର୍ମଚାରୀ ମଧ୍ୟ ପ୍ରାଣ ହରାଇଥିଲେ । ଯାହାକୁ ସାରା ବିଶ୍ବରେ ନିନ୍ଦା କରାଯାଇଥିଲା । ବିଶ୍ବର ସର୍ବପୁରାତନ ଗଣତନ୍ତ୍ର ରାଷ୍ଟ୍ରର ଏପରି ସ୍ଥିତି ଦେଖି ସାରା ବିଶ୍ବ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲା । ଯେଉଁ ରାଷ୍ଟ୍ର ବିଶ୍ବର ଅନ୍ୟ ଦେଶକୁ ଗଣତନ୍ତ୍ରର ଶିକ୍ଷା ଦେଉଥିଲା ସେହି ରାଷ୍ଟ୍ରରେ ଗଣତନ୍ତ୍ରର ଏଭଳି ଅଭାବନୀୟ ସ୍ଥିତି ଆମେରିକା ଜନତାଙ୍କୁ ମଧ୍ୟ ଲଜ୍ଜିତ କରିଥିଲା ।
ଯଦି ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଉଭୟ ସଦନରେ ଗୃହିତ ହୁଏ ଓ ସେ ବରଖାସ୍ତ ହୁଅନ୍ତି ଟ୍ରମ୍ପଙ୍କ ପାଇଁ ବିପଦ ନିଶ୍ଚିତ । ପ୍ରଥମତଃ ରାଷ୍ଟ୍ରପତି ଭାବେ ପାଇଥିବା ସୁବିଧା ସୁଯୋଗ ଓ ପୂର୍ବତନ ରାଷ୍ଟ୍ରପତି ଭାବେ ପାଇବାକୁ ଥିବା ସୁବିଧା ସୁଯୋଗ ପ୍ରତ୍ୟାହୃତ ହେବ । ଦେଶରେ ତାଙ୍କ ବିରୋଧରେ ବିଭିନ୍ନ କଟକଣା ଲାଗିବ । ପରବର୍ତ୍ତୀ ସମୟରେ ସେ ପୁନଃ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଚାହିଁଲେ ମଧ୍ୟ ଅନେକ ଆଇନ ଜାଲରେ ଛନ୍ଦି ହେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ