ଓଡିଶା

odisha

ETV Bharat / international

ମଙ୍ଗଳବାର ଟ୍ରମ୍ପ-ବାଇଡେନଙ୍କ ମଧ୍ୟରେ ପ୍ରଥମ ବିତର୍କ, ହାତ ମିଳାଇବେନି 2 ନେତା

ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନଙ୍କ ମଧ୍ୟରେ ହେବ ବିତର୍କ । ତେବେ ଏହି ବିତର୍କରେ ଟ୍ରମ୍ପ ଓ ବାଇଡେନ ହାତ ମିଳାଇବେ ନାହିଁ କହି ପରସ୍ପରଙ୍କୁ ଆଲିଙ୍ଗନ କରିବେ ନାହିଁ । ଅଧିକ ପଢନ୍ତୁ...

ମଙ୍ଗଳବାର ଟ୍ରମ୍ପ-ବାଇଡେନଙ୍କ ମଧ୍ୟରେ ପ୍ରଥମ ବିତର୍କ, ହାତ ମିଳାଇବେନି 2 ନେତା
ମଙ୍ଗଳବାର ଟ୍ରମ୍ପ-ବାଇଡେନଙ୍କ ମଧ୍ୟରେ ପ୍ରଥମ ବିତର୍କ, ହାତ ମିଳାଇବେନି 2 ନେତା

By

Published : Sep 27, 2020, 4:00 PM IST

ୱାସିଂଟନ: ଆଉ ମାତ୍ର କିଛି ଦିନ ପରେ ଅନୁଷ୍ଠିତ ହେବାକୁ ଯାଉଛି ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ଏନେଇ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନଙ୍କ ମଧ୍ୟରେ ହେବ ପ୍ରଥମ ବିତର୍କ । ତେବେ ଏହି ବିତର୍କରେ ଟ୍ରମ୍ପ ଓ ବାଇଡେନ ହାତ ମିଳାଇବେ ନାହିଁ କହି ପରସ୍ପରଙ୍କୁ ଆଲିଙ୍ଗନ କରିବେ ନାହିଁ ବୋଲି ଜଣାପଡିଛି ।

90 ମିନିଟର ଏହି ବିତର୍କ କ୍ଲିଭଲ୍ୟାଣ୍ଡ କ୍ଲିନିକ ଓ କେସ ୱେଷ୍ଟର୍ଣ୍ଣ ରିଜର୍ଭ ୟୁନିଭର୍ସିଟିରେ ଆୟୋଜନ ହେବ । ତେବେ ଏହି ସମୟରେ ଟ୍ରମ୍ପ ଓ ବାଇଡେନ ମାସ୍କ ପିନ୍ଧିବେ ନାହିଁ । ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ଏହି ବିତର୍କରେ କେବଳ 75ରୁ 80 ଲୋକଙ୍କ ଉପସ୍ଥିତ ରହିବା ନେଇ ବ୍ୟବସ୍ଥା ହୋଇଛି ।

ABOUT THE AUTHOR

...view details