ୱାଶିଂଟନ: ବିଶେଷ କ୍ଷେତ୍ରରେ କରୋନା ନିରାକରଣ ପାଇଁ ମ୍ୟାଲେରିଆ ଔଷଧ ‘ହାଇଡ୍ରକ୍ସି କ୍ଲୋରୋକ୍ବିନ୍’ ଏବଂ କ୍ଲୋରୋକ୍ବିନ ଫସଫେଟକୁ ଏକାଠି ବ୍ୟବହାର ପାଇଁ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ସେ ଟ୍ବିଟ କରିଛନ୍ତି ।
କୋରୋନା ପାଇଁ ମାଲେରିଆ ଔଷଧ ! - trump
କୋରୋନା ପାଇଁ ବ୍ୟବହାର ହେବ ମାଲେରିଆ ଔଷଧ । ଏନେଇ ସୂଚନା ଦେଲେ ଆଇସିଏମଆର । ଅଧିକ ପଢନ୍ତୁ..
କେବଳ ଆମେରିକା ନୁହେଁ ଏପଟେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ସୁପାରିଶ କରିଛି । ଏହି ଔଷଧ ପ୍ରୟୋଗ କ୍ଷେତ୍ରରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଦରକାର ନାହିଁ । ସାଧାରଣ ଭାବେ ହାତ ଧୋଇବା, ମାସ୍କ ଆଦି ସୁରକ୍ଷା ନେବା ଓ 1 ମିଟର ଦୂରତା ଅବଲମ୍ବନ କରିବା ଆଦି ପାଳନ ପାଇଁ ଆଇସିଏମଆରର ନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ କହିଛନ୍ତି । ଏହି ଔଷଧ କିପରି, କେତେବେଳେ ଏବଂ ରୋଗୀ କେଉଁ ସ୍ତରରେ ଥିଲେ ବ୍ୟବହାର କରାଯିବ ବୋଲି ଉଲ୍ଲେଖ କରି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।
ଅନ୍ୟପଟେ ଫ୍ରାନ୍ସରେ ଏକ ଗବେଷଣାରୁ ମଧ୍ୟ ଜଣାପଡ଼ିଛି ‘ହାଇଡ୍ରକ୍ସିକ୍ଲୋରୋକ୍ବିନ’କୁ ଏକ ଆଣ୍ଟି ବାୟୋଟିକ୍ ମେକାନିଜିମ୍ ଭାବେ କରୋନା ଆକ୍ରାନ୍ତଙ୍କ ପାଇଁ ବ୍ୟବହାର କରାଯାଇପାରିବ। । କିନ୍ତୁ ବୈଜ୍ଞାନିକ ଟିମଙ୍କ କହିବା ଅନୁସାରେ ଏହାର ପରୀକ୍ଷା ହୋଇନଥିବାରୁ ଏହାକୁ ସତର୍କତାର ସହ ପ୍ରୟୋଗ କରିବାକୁ ହେବ।