ଓଡିଶା

odisha

By

Published : Jun 30, 2020, 12:30 AM IST

ETV Bharat / international

ଆମେରିକା ସ୍ବାଧୀନତା ଦିବସରେ ଏବର୍ଷ ସାମିଲ ହେବନି ଟ୍ୟାଙ୍କ

ଚଳିତ ବର୍ଷର ସାଲ୍ୟୁଟ ଆମେରିକା କାର୍ଯ୍ୟକ୍ରମରେ ଟ୍ୟାଙ୍କ କିମ୍ବା କୌଣସି ଯୁଦ୍ଧ ସାମଗ୍ରୀର ପ୍ରଦର୍ଶନ ହେବ ନାହିଁ ବୋଲି ସୋମବାର ସ୍ପଷ୍ଟ ହୋଇଛି । ୱାଶିଂଟନରେ କାର୍ଯ୍ୟକ୍ରମର ପ୍ରଦର୍ଶନୀ ହେବା ନେଇ ସ୍ଥିର ହୋଇଥିବା ବେଳେ ଏଥିରେ ଦେଶରେ କୌଣସି ଯୁଦ୍ଧ ସାମଗ୍ରୀର ପ୍ରଦର୍ଶନ ହେବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

america independence day, 4th july programme in america, salute america programme, ଆମେରିକା ସ୍ବାଧୀନତା ଦିବସ, ଆମେରିକାରେ ଜୁଲାଇ 4 କାର୍ଯ୍ୟକ୍ରମ, ସାଲ୍ୟୁଟ ଆମେରିକା କାର୍ଯ୍ୟକ୍ରମ
ଆମେରିକା ସ୍ବାଧୀନତା ଦିବସରେ ଏବର୍ଷ ସାମିଲ ହେବନି ଟ୍ୟାଙ୍କ

ୱାଶିଂଟନ: ଆସୁଛି ଆମେରିକାର ସ୍ବାଧୀନତା ଦିବସ । ଚଳିତବର୍ଷ କୋରୋନା ସଂକ୍ରମଣ ପାଇଁ ସାଲ୍ୟୁଟ ଆମେରିକା କାର୍ଯ୍ୟ ହେବା ନହେବା ନେଇ ସନ୍ଦେହ ପ୍ରକାଶ ପାଇଥିବା ବେଳେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କାର୍ଯ୍ୟକ୍ରମକୁ ଗ୍ରୀନ ସିଗନାଲ ଦେଇଥିଲେ ରାଷ୍ଟ୍ରପତି ଟ୍ରମ୍ପ । ହ୍ବାଇଟ ହାଉସ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଥିଲା । ଏହା ଟ୍ରମ୍ପ ନେତୃତ୍ବାଧୀନରେ ହେବାକୁ ଥିବା ଦ୍ବିତୀୟ ବର୍ଷ କାର୍ଯ୍ୟକ୍ରମ ।

ତେବେ ଚଲିତବର୍ଷର ସାଲ୍ୟୁଟ ଆମେରିକା କାର୍ଯ୍ୟକ୍ରମରେ ଟ୍ୟାଙ୍କ କିମ୍ବା କୌଣସି ଯୁଦ୍ଧ ସାମଗ୍ରୀର ପ୍ରଦର୍ଶନ ହେବ ନାହିଁ ବୋଲି ସୋମବାର ସ୍ପଷ୍ଟ ହୋଇଛି । ୱାଶିଂଟନରେ କାର୍ଯ୍ୟକ୍ରମର ପ୍ରଦର୍ଶନୀ ହେବା ନେଇ ସ୍ଥିର ହୋଇଥିବା ବେଳେ ଏଥିରେ ଦେଶରେ କୌଣସି ଯୁଦ୍ଧ ସାମଗ୍ରୀର ପ୍ରଦର୍ଶନ ହେବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ପ୍ରତିରକ୍ଷା ସଚିବ ମାର୍କ ଏସ୍ପର ଗତ ସପ୍ତାହରେ ଅନ୍ତରୀଣ ବିଭାଗକୁ ଅନୁମତି ଦେଇ ଚଳିତବର୍ଷର ସାଲ୍ୟୁଟ ଆମେରିକା କାର୍ଯ୍ୟକ୍ରମ ପାଇଁ ଏରିଆଲ, ମ୍ୟୁଜିକାଲ ଓ କାର୍ଯ୍ୟକ୍ରମ ଆୟୋଜନ ଆଧାରରେ ସମସ୍ତ ସହଯୋଗ ଯୋଗାଇବା ପାଇଁ ସ୍ପଷ୍ଟ କରିଥିଲେ ।

ଚଳିତବର୍ଷର କାର୍ଯ୍ୟକ୍ରମରେ ମାଉଣ୍ଟ ରସମୋରରେ ଆକାଶ ମାର୍ଗରେ ପ୍ରଦର୍ଶନ ହେବାର ଯୋଜନା ରହିଛି । ଏଥିସହ ଆମେରିକା ବିପ୍ଳବରେ ଦାୟୀ ସହର ଯଥା ବୋଷ୍ଟନ, ନ୍ୟୁୟର୍କ ସିଟି, ଫିଲାଡେଲଫିଆ ଓ ବାଲଟିମୋରରେ ଏରିଆଲ ସାଲ୍ୟୁଟ ଦିଆଯିବ ବୋଲି ମଧ୍ୟ ଯୋଜନା ରହିଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ 1700 କର୍ମଚାରୀ ସାମିଲ ହେବାକୁ ଥିବା ବେଳେ ଆକାଶ ମାର୍ଗରେ ହେବାକୁ ଥିବା ପ୍ରଦର୍ଶନ ନେଇ ଆଗୁଆ କୌଣସି ସୂଚନା ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆର୍ମି ଲେଫ୍ଟନାଣ୍ଟ କର୍ଣ୍ଣେଲ କ୍ରିସ ମିଚେଲ ।

@IANS

ABOUT THE AUTHOR

...view details